fbpx
BJD
BJD SKY
BJD SKY

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଅସୁସ୍ଥ, ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍

BJD

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଟିମ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।ନୃତ୍ୟ ଗୋପାଳ ଦାସଙ୍କୁ ୟୁରିନ ଡିସଚାର୍ଚ୍ଚ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅକ୍ସିଜେନ ସ୍ଥର ବି ଠିକ ରହୁନାହିଁ । କୁହାଯାଉଛି କି, ଆଜି ଦିନ ଲକ୍ଷ୍ନୌ ମେଦାନ୍ତା ହସ୍ପିଟାଲର ଡାକ୍ତର ମହନ୍ତଙ୍କ ଚିକିତ୍ସା ପାଇଁ ଆସିାରନ୍ତି ।

ନୃତ୍ୟ ଗୋପାଳଙ୍କ ବୟସ ୮୩ବର୍ଷ ରହିଛି । ୨୦୧୯ ନଭେମ୍ବରରେ ଅଯୋଧ୍ୟା ମନ୍ଦିର-ମସଜିଦ ବିବାଦକୁ ନେଇ ସ୍ରୁିମକୋର୍ଟଙ୍କ ନିଷ୍ପତ୍ତି ପରେ ନୃତ୍ୟ ଗୋପାଳ ଦାସଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଥିଲା । ସେ କେବଳ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୁହେଁ ବରଂ କୃଷ୍ଣ ଜନ୍ମଭୂମି ନ୍ୟାସର ମଧ୍ୟ ଅଧ୍ୟକ୍ଷ ।

Get real time updates directly on you device, subscribe now.