fbpx

(Video) ପାଣି ଯୋଗୁଁ ମନ୍ଦିର ଭିତରୁ ବାହାରି ଆସିଲେ ମହାପ୍ରଭୁ : ରଥରେ ନୁହେଁ ବୋଲେରୋ ଗାଡ଼ିରେ ବସି…

AAKASH

ନୂଆପଡା : ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି, ଯାହାଫଳରେ ଲୋକମାନେ ନାହିଁ ନଥିବା ଆସୁବିଧା ଭୋଗୁଛନ୍ତି । ଏହାରି ମଧ୍ୟରେ ମନ୍ଦିର ଭିତରୁ ବାହାରି ଆସିଛନ୍ତି ମହାପ୍ରଭୁ । ଭକ୍ତମାନେ କେମିତି ଅଛନ୍ତି ଦେଖିବାକୁ ମନ୍ଦିରରୁ ବାହାରକୁ ବାହାରି ଆସିଛନ୍ତି । ବୋଲେରୋ ଗାଡ଼ିରେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ । ରଥରେ ନୁହେଁ ବୋଲେରୋ ଗାଡ଼ିରେ ବସି ହେଉଛନ୍ତି ସ୍ଥାନାନ୍ତର । ଶ୍ରୀଜିଉ କେବଳ ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା ଏବଂ ରଥ ଯାତ୍ରାରେ ମନ୍ଦିର ଭିତରୁ ବାହାରକୁ ଆସିଥାନ୍ତି । କିନ୍ତୁ ଏବେ ବନ୍ୟା କାରଣରୁ ମଧ୍ୟ ବାହାରକୁ ବାହାରି ଆସିଛନ୍ତି ମହାପ୍ରଭୁ । ମନ୍ଦିର ଭିତରେ ପାଣି ପଶି ଯିବାରୁ ଶ୍ରୀ ଜିଉଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁନାବେରା ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ।

ବାଜୁଛି ମୃଦଙ୍କ ଘଣ୍ଟ । ପଡ଼ୁଛି ହରିବୋଲ ହୁଳହୁଳି । କାରଣ ମନ୍ଦିରରେ ପାଣି ବସିଯିବା କାରଣରୁ ସ୍ଥାନାନ୍ତରିତ ହେଉଛନ୍ତି ମହାପ୍ରଭୁ । ରାଜ୍ୟରେ ଲାଗି ରହିଛି ପ୍ରବଳ ବନ୍ୟା । ଅଧା ଓଡ଼ିଶା ଏବେ ପାଣି ଘେରରେ ବନ୍ଦି ହୋଇ ରହିଛି । ଯେଉଁଥିପାଇଁ ମନ୍ଦିର ମାନ ମଧ୍ୟ ପାଣିରେ ବୁଡ଼ି ରହିଛି । ନୂଆପଡାରେ ମଧ୍ୟ ପ୍ରବଳ ବର୍ଷା ପାଇଁ ଏବେ ପାଣି ଘେରରେ ପୁରା ଜିଲ୍ଲା । ସେଥିପାଇଁ କୁନାବେରା ଜଗନ୍ନାଥ ମନ୍ଦିରରେ ପାଣି ପଶିଯିବା କାରଣରୁ ମନ୍ଦିରର ପୁରୋହିତମାନେ ଜଗନ୍ନାଥଙ୍କୁ ଅନ୍ୟତ୍ର ସ୍ତାନାନ୍ତରିତ କରୁଛନ୍ତି । ବୁଲେରୋ ଗାଡ଼ିରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଉଛି । ଶୁଖିଲା ସ୍ଥାନରେ ମହାପ୍ରଭୁଙ୍କୁ ରଖି ପୂଜା କରାଯିବ । ତେବେ ମହାପ୍ରଭୁ ବାହାରକୁ ଆସି ତାଙ୍କ ଅଞ୍ଚଳର ସ୍ଥିତି ଦେଖୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Get real time updates directly on you device, subscribe now.