fbpx

୩୦ରେ ଠାକରେ କ୍ୟାବିନେଟର ସଂପ୍ରସାରଣ, ଅଜିତ୍ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୨: ଡିସେମ୍ବର ୩୦ ଅପରାହ୍ନରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ଶିବସେନା ଓ ଏନସିପିର ୧୦-୧୦ ନେତା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ । ଉଭୟ ଦଳର ୩ ଜଣ ଲେଖାଏଁ ରାଷ୍ଟ୍ରମନ୍ତ୍ରୀ ପଦ ପାଇଁ ମଧ୍ୟ ଶପଥ ନେବେ । ଏହି ଅବସରରେ କଂଗ୍ରେସର ୧୦ ମନ୍ତ୍ରୀଙ୍କ ସମେତ ମୋଟ୍ ୩୬ ଜଣ ଶପଥ ଗ୍ରହଣ କରିପାରନ୍ତି । ଉଦ୍ଧବ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇପାରନ୍ତି ଅଜିତ ପାୱାର ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଢ଼ିବା ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇବା ପାଇଁ ବିଜେପି ସହିତ ମେଣ୍ଟ ନ କରି କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢ଼ିଥିଲା ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ।

Get real time updates directly on you device, subscribe now.