fbpx

ଶକ୍ତି ପରୀକ୍ଷାରେ ଉଦ୍ଧବ ପାସ୍

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ । ତେବେ ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍ ୧୬୯ଟି ଭୋଟ୍ ପଡିଛି । ସରକାରଙ୍କ ସପକ୍ଷରେ ଏମଏନଏସ ବିଧାୟକମାନେ ଭୋଟ୍ ଦେଲେନାହିଁ ।

ଅନ୍ୟପଟେ ଗୃହରେ ବନ୍ଦେ ମାତରଂ ଗାନ କରାନଯିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଫଡନାଭିସ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ବିଜେପି ବିଧାୟକମାନେ ହଙ୍ଗାମା କରିଛନ୍ତି । ଆସ୍ଥା ଭୋଟ୍ ପୂର୍ବରୁ ବିଜେପି ସମେତ ବିରୋଧୀ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି ।

ତେବେ ଉଭୟ ପକ୍ଷର ମୁଣ୍ଡ ଗଣତି କରିବାକୁ ଅସ୍ଥାୟୀ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨୨ ପରେ ଉପମୁଖ୍ୟମନ୍ତ୍ରୀ ବାଛିବ ଏନସିପି ।

Get real time updates directly on you device, subscribe now.