fbpx

ଧାନ ଖଳାରେ ନିଆଁରେ ପୋଡ଼ି ହୋଇ ୩ଶିଶୁ ଗୁରୁତର

Advertisement

କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗ୍ରାମରେ ଧାନ ଖଳାରେ ଆଜି ୩ଜଣ ଶିଶୁ ଖେଳୁଥିଲେ । ସେମାନେ ଖେଳୁଥିବା ସମୟରେ ଧାନ ଖଳାରେ ଲାଗି ଥିବା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଥିବା ସୂଚନା ମିଳିଛି । ଶିଶୁଙ୍କ ଦେହର ୯୦ପ୍ରତିଶତ ପୋଡ଼ିଯାଇଛି ।ଏନେଇ ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ,ତିନି ଶିଶୁଙ୍କୁ ବୟସ ପାଖାପାଖି ୪ରୁ ୫ବର୍ଷ ହେବ । ବିଜମରା ଗ୍ରାମର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡ଼େଜି ଦିଶାରୀ ଓ ଅନ୍ୟଜଣ ଶିଶୁ କୁଣ୍ଡିଗୁଡ଼ା ଗ୍ରାମର ରଚନା ରାଉତ ବୋଲି ଜଣାପଡ଼ିଛି । ତିନି ଶିଶୁଙ୍କ ଅବସ୍ଥା ଏପରି ସଙ୍କଟାପନ୍ନ ଥିବାରୁ ସେଠାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.