fbpx
BJD SKY
BJD SKY

ରାମ ମନ୍ଦିରର ନିର୍ମାଣକୁ ନେଇ ଖୁସି ବ୍ୟକ୍ତ କଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ ବିଜେପି ପୂରଣ କଲା ପ୍ରତିଜ୍ଞା

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନର ତାରିଖ ସାମ୍ନାକୁ ଅସିସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାତା କରିବା ପାଇଁ ଅଫିସିଆଲ ନିମନ୍ତ୍ରଣ ମଧ୍ୟ ମିଳିସାରିଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ନିମନ୍ତ୍ରଣକୁ ନେଇ ଅନେକ କଂଗ୍ରେସ ନେତା ବିରୋଧ କରୁଥିବା ବେଳେ ଅନେକ କଂଗ୍ରେସ ନେତା ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ଏହି ମାମଲାରେ ଭାରତୀୟ ଜନତା ପାର୍ଟୀର ପ୍ରଶଂସା କରିଛନ୍ତି । ଆସନ୍ତୁ ଜାଣିବା ପୂରା ମାମଲା..

ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ନିମନ୍ତ୍ରଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ କହିଛନ୍ତି ଯେ, ରାମ ମନ୍ଦିର ଏବଂ ପ୍ରଧନମନ୍ତ୍ରୀଙ୍କ ବିଷୟରେ କେଉଁ ନେତା କଣ କହୁଛନ୍ତି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଚୌହାନ କହିଛନ୍ତି ଯେ, ବିଜେପି ଇତିହାସକୁ ପୁରାଣ ସହିତ ବଦଳାଉଛି ଏବଂ ଏହା ଭଲ କଥା ଯେ, ରାମ ମନ୍ଦିର ନିର୍ମାଣ କରାଯାଉଛି । ବିଜେପି ବହୁ ପ୍ରତିଜ୍ଞା କରିଥିଲା । ଚୌହାନ ଦାବି କରି କହିଛନ୍ତି ଯେ, କିନ୍ତୁ ରାମ ମନ୍ଦିର ନିର୍ମାଣର ପ୍ରଭାବ ନିର୍ବାଚନରେ ନାହିଁ । ନିର୍ବାଚନ ମହଙ୍ଗା, ବେରୋଜଗାର, ଜୀବିକା ପରି ପ୍ରସଙ୍ଗକୁ ନେଇ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ମହାରାଷ୍ଟ୍ର ଗସ୍ତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନ କଂଗ୍ରେସ ନେତା ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଅନେକ ଯୋଜନା ଆରମ୍ଭ କରିଛନ୍ତି ତେଣୁ ତାଙ୍କୁ ସ୍ୱାଗତ କରାଯାଇଛି। ତେବେ ଯଦି ନୀଲୱାଣ୍ଡେ ଡ୍ୟାମ ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରୁଛନ୍ତି, ତେବେ ଏତେ ବର୍ଷ ମଧ୍ୟରେ କାହିଁକି ଏହି କାର୍ଯ୍ୟ କରାଯାଇ ନାହିଁ? ଏଥିପାଇଁ ପ୍ରଧାନମନ୍ତ୍ରୀ ୭୦ ହଜାର କୋଟି ଟଙ୍କାର ଜଳସେଚନ ସ୍କାମର ଅନୁସନ୍ଧାନ କରିବା ଉଚିତ। ସେ ଭୋପାଳରେ କହିଥିଲେ ଯେ, ମହାରାଷ୍ଟ୍ରରେ ଜଳସେଚନ ଦୁର୍ନୀତି ହୋଇଛି, ବର୍ତ୍ତମାନ ସେମାନେ ଅନୁସନ୍ଧାନ କରିବା ଉଚିତ ଏବଂ ଏତେ ବର୍ଷ ମଧ୍ୟରେ ଡ୍ୟାମ କାମ କାହିଁକି କରାଯାଇ ନାହିଁ ତାହା ଜାଣିବା ଉଚିତ୍।

Get real time updates directly on you device, subscribe now.