fbpx

ଦମ୍ପତ୍ତିଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ୪୦ ହଜାର ଟଙ୍କା ବ୍ୟାଗ, ବାଇକରେ ଆସୁଥିବା ବେଳେ ଲୁଟ୍

ନୂଆପଡା: ରାଜ୍ୟରେ ଅନେକ ଚୋରି ଡକାୟତି ହେଉଥିବା ବେଳେ ଆଜି ନୂଆପଡାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଏକ ଦମ୍ପତ୍ତିଙ୍କ ଠାରୁ ଲକ୍ଷେ ୪୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା । ବାଇକରେ ଆସୁଥିବା ବେଳେ ଏପରି ଏକ ଅଘଟଣ ଘଟିଗଲା ଦମ୍ପତ୍ତିଙ୍କ ସହ ।

ସୂଚନା ଅନୁଯାୟୀ, ନୂଆପଡାର କୋମନା ଥାନା ଭେଲା ଗାଁ ଦୁର୍ଗା ମଣ୍ଡପ ନିକଟରେ ଏପରି ଲୁଟ ହୋଇଛି । ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି ଲୁଟେରା । ସେମାନେ ଉଦ୍ୟାନବନ୍ଧ ଏସବିଆଇରୁ ଟଙ୍କା ଉଠାଇ ଫେରୁଥିଲେ । ଏହି ସମୟରେ ଅନ୍ୟ ଏକ ବାଇକରେ ୨ ଲୁଟେରା ଆସି ପଛରେ ବସିଥିବା ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇ ପଳାଇଛନ୍ତି । ଏହାପରେ ସଙ୍ଗେ ସଙ୍ଗେ ଦମ୍ପତ୍ତି ଥାନାରେ ଯାଇ ଅଭିଯୋଗ କରିଛନ୍ତି । ପୋଲିସ ରାସ୍ତାର ସିସିଟିଭି କ୍ୟାମେରା ଚେକ୍ କରିବା ସହ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.