fbpx
BJD SKY
BJD SKY

ଶରଦ ପାୱାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ଏଠାରେ ଅନ୍ୟ ଏକ କୃଷି ମନ୍ତ୍ରୀ ଥିଲେ, ହେଲେ…

BJD

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ କିଛି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିସହ ସେଠାରେ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କୃଷକ ସମ୍ବନ୍ଧୀୟ ପ୍ରସଙ୍ଗକୁ ନେଇ ଯୁକ୍ତି ବାଢିଛନ୍ତି ଯେ, ମହାରାଷ୍ଟ୍ରର ଏକ ବରିଷ୍ଠ ନେତା କେନ୍ଦ୍ର ସରକାରରେ ବହୁ ବର୍ଷ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ରହିଛନ୍ତି । ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ ସମ୍ମାନ କରୁଛି, ହେଲେ ସେମାନେ କୃଷକଙ୍କ ପାଇଁ କଣ କରିଛନ୍ତି? ନିଜର ସାତ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଦେଶର କୃଷକଙ୍କ ଠାରୁ କେବଳ କୃଷକଙ୍କ ଠାରୁ କେବଳ ସାଢେ ତିନି ଲକ୍ଷ କୋଟି ଟଙ୍କାର ଏମଏସପିରେ ଶସ୍ୟ କ୍ରୟ କରିଛନ୍ତି । ଯେତେବେଳେ ଆମ ସରକାର ସାତ ବର୍ଷରେ ସାଢେ ତେର ଲକ୍ଷ କୋଟି ଟଙ୍କା କୃଷକଙ୍କୁ ଦେଇ ସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୧୪ ମସିହା ପୂର୍ବରୁ ଏମଏସପିରେ କେବଳ ୫୦୦ ରୁ ୬୦୦ କୋଟି ଡାଲି ଏବଂ ତୈଳବୀଜ କ୍ରୟ କରାଯାଇଥିଲ । ଅନ୍ୟପକ୍ଷେ ଆମ ସରକାର ଏକ ଲକ୍ଷ ପନ୍ଦର ହଜାର କୋଟି ଟଙ୍କାରୁ ଅଧିକ ଡାଲି ଏବଂ ତୈଳବୀଜ ପାଇଁ କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ସେ(ଶରଦ ପାୱାର) କୃଷି ମନ୍ତ୍ରୀ ଥିଲେ ସେତେବେଳେ କୃଷକଙ୍କୁ ନିଜ ଟଙ୍କା ପାଇଁ ମଧ୍ୟ ମଧ୍ୟସ୍ଥି ଉପରେ ନିର୍ଭର କରିବାକୁ ପଡୁଥିଲା । ମାସ ମାସ ଧରି କୃଷକଙ୍କୁ ପେମେଣ୍ଟ କରାଯାଇପାରୁନଥିଲା । ଆମ ସରକାର ଏମଏସପିର ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୋ ପରିବାରର ଲୋକେ ଆଜିର ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଆମ କୃଷକ ଭାଇମାନଙ୍କୁ ବହୁତ ଲାଭ ହୋଇଛି । ଆମେ ମଧ୍ୟ ଆଖୁ ଚାଷୀଙ୍କ ସ୍ୱାର୍ଥର ସଂପୂର୍ଣ୍ଣ ଯତ୍ନ ନେଉଛୁ । ଆଖୁ ଦର କ୍ୱିଣ୍ଟାଲ ପିଛା ୩୧୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ ୯ ବର୍ଷରେ ପ୍ରାୟ ୭୦ ହଜାର କୋଟି ଟଙ୍କା ମୂଲ୍ୟର ଇଥାନଲ କ୍ରୟ କରାଯାଇଛି । ଏହି ଟଙ୍କା ଆଖୁ ଚାଷୀଙ୍କ ନିକଟରେ ମଧ୍ୟ ପହଁଚିଛି । ଆଖୁ ଚାଷୀଙ୍କୁ ଠିକ୍ ସମୟରେ ପେମେଣ୍ଟ କରିବାକୁ ,ଚିନି ମିଲ୍ ଏବଂ ସମବାୟ ସମିତିକୁ ହଜାର ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରିଛନ୍ତି ସେହି ସମୟରେ ମହାରଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଧ, ଉପମୁଖ୍ୟ ଦେବେନ୍ଦ୍ର ଫଡନବୀସ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.