fbpx

ନକ୍ସଲବାଦୀମାନଙ୍କ ବିରୋଦ୍ଧରେ ସୁରକ୍ଷା ବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟରରେ ୩ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରୋଲୀରେ ସୋମବାର ଦିନ ପୋଲିସ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପୋଲିସ ଏପର୍ଯ୍ୟନ୍ତ ୩ ନକ୍ସଲବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ତେବେ ଚଳିତ ମାସରେ ପୋଲିସ ନକ୍ସଲବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳୁଛି । ଗତ ମାସରେ ମଧ୍ୟ ମହାରାଷ୍ଟ୍ର ପୋଲିସ ୩୬ ଲକ୍ଷ ଟଙ୍କା ପୁରସ୍କାର ନେଇ ଚାରି ନକ୍ସଲବାଦୀଙ୍କୁ ଏନକାଉଣ୍ଟର କରିଥିଲେ ।

ପୋଲିସ ଅଧ୍ୟକ୍ଷ ନୀଲୋତ୍ପାଲ କହିଛନ୍ତି ଯେ, ଏକ ଗୁପ୍ତ ସୂଚନା ପ୍ରାପ୍ତ ହୋଇଥିଲା ଯେ, ନକ୍ସଲବାଦୀମାନଙ୍କ ପେରିମିଲ ଦଳର କିଛି ସଦସ୍ୟ ଚାଲୁଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାମରାଗଡ ତାଲୁକା ଗ୍ରାମ ନିକଟ କାଟ୍ରାଙ୍ଗାଟା ଗାଁ ନିକଟରେ ଏକ ଜଙ୍ଗଲରେ ଲୁଚି ରହିଛନ୍ତି । ଏହାପରେ ଗଢଚିରୋଲୀ ପୋଲିସର ଏକ ବିଶେଷ ଆକ୍ରମଣକାରୀ ଶାଖା ସି-୬୦ କମାଣ୍ଡୋର ଦୁଇଟି ଟିମକୁ ସଙ୍ଗେ ସଙ୍ଗେ ଜଙ୍ଗଲରେ ତଦନ୍ତ ପାଇଁ ପଠାଯାଇଥିଲା । ତେବେ ଯାଞ୍ଚ କରାଯାଉଥିବା ସମୟରେ ନକ୍ସଲବାଦୀମାନେ ପୋଲିସଙ୍କ ଉପରକୁ ଗୁଳି ଆକ୍ରମଣ କରିଥିଲେ । ଯାହର ଉତ୍ତର ସି-୬୦ କର୍ମୀମାନେ ଉତ୍ତର ଦେଇଛନ୍ତି ।

ତେବେ ଏହି ଆକ୍ରମଣ ପରେ ଘଟଣାସ୍ଥଳରେ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ନକ୍ସଲବାଦୀଙ୍କ ଶବ ଉଦ୍ଧାର କରାଯାଇଛି । ଅଧିକାରୀ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପେରିମିଲ ଦଲମଙ୍କ ପ୍ରଭାରୀ ଏବଂ କମାଣ୍ଢର ବାସୁଙ୍କ ରୂପେ ହୋଇଛି ।

Get real time updates directly on you device, subscribe now.