fbpx
BSKY SKY
BSKY SKY

ନିୟମ ଉଲଘଂନ ପାଇଁ ବାତିଲ ହେଲା ୬ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସ, ଆହୁରି ଚାଲିଛି ଯାଞ୍ଚ

BSKY

ନୂଆଦିଲ୍ଲୀ:ମହାରାଷ୍ଟ୍ର ସରକାର କାଶ ସିରପ ଉତ୍ପାଦନକାରୀଙ୍କ ଲାଇସେନ୍ସକୁ ସ୍ଥଗିତ ରଖିଛନ୍ତି।ଏଥିରେ ୬ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସରେ ରୋକ ଲଗାଯାଇଛି। ସେମାନେ ଉତ୍ପାଦନ ନିୟମ ଭଙ୍ଗ କରିଥିବାରୁ ଏଭଳି ନିଷ୍ପତି ନିଆଯାଇଛି। ତେବେ ବିଧାନସଭାରେ ରାଜ୍ୟ ସରକାର ଏହି ବିଷୟରେ ସୂଚନା ଦେଇଛନ୍ତି। ଖାଦ୍ୟ ଏବଂ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋର ଶୁକ୍ରବାର ଦିନ ବିଧାନସଭାକୁ ଏହି ସୂଚନା ଦେଇଛନ୍ତି। ଏହି ସୂଚନା ଦେଇ ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର କାଶ ସିରପ ଉତ୍ପାଦନ କରୁଥିବା ୧୦୮ ଉତ୍ପାଦକଙ୍କ ମଧ୍ୟରୁ ୮୪ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି।

ଏଥି ମଧ୍ୟରୁ ଚାରିଟି ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୬ଟି କମ୍ପାନୀର ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା। ମନ୍ତ୍ରୀ ରାଠୋର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଆଶିଷ ଶେଲାର ଏବଂ ଅନ୍ୟମାନଙ୍କ ନୋଟିସକୁ ଜବାବ ଦେଇ ଏହି ଉତ୍ତର ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନିୟମ ଉଲ୍ଲଂଘନ ପାଇଁ ୧୭ ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଭାରତରୁ ଆମଦାନୀ ହୋଇଥିବା କାଶ ସିରପ ପିଇବା ଅଭିଯୋଗରେ ସେଲାର ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ବିଷୟରେ କହିଥିଲେ, କିନ୍ତୁ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ହରିୟାଣାରେ ଅବସ୍ଥିତ ଏବଂ ମହାରାଷ୍ଟ୍ରରେ କୌଣସି ଉତ୍ପାଦନ ୟୁନିଟ୍ ନାହିଁ । ରାଠୋର କହିଛନ୍ତି ଯେ ରାଜ୍ୟର ୯୯୬ ଆଲୋପାଥିକ ଔଷଧ ଉତ୍ପାଦନକାରୀଙ୍କ ମଧ୍ୟରୁ ୫୧୪ ଜଣ ସେମାନଙ୍କ ଉତ୍ପାଦ ରପ୍ତାନି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ନୋଏଡା ଭିତ୍ତିକ କମ୍ପାନୀ ଦ୍ୱାରା ନିର୍ମିତ କାଶ ସିରପ ପିଇବା ପରେ ଗତ ବର୍ଷ ଉଜବେକିସ୍ତାନରେ ୧୮ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ନୋଏଡା ପୋଲିସ ଶୁକ୍ରବାର କହିଛି ଯେ ସେମାନେ କମ୍ପାନୀର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛନ୍ତି।

Get real time updates directly on you device, subscribe now.