fbpx
BSKY SKY
BSKY SKY

ଦେଶରେ ବ୍ୟାପୁଛି ନୂଆ ଭାଇରସର ଆତଙ୍କ: ଚିନ୍ତାରେ ପଡିଲେଣି ବିଶେଷଜ୍ଞ

BSKY

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ସଂକ୍ରମଣରୁ ଲୋକେ ସମ୍ପୂର୍ଣ୍ଣ ତ୍ରାହି ପାଇ ନଥିବା ବେଳେ ଏବେ ଆଉ ଏକ ଭାଇରସ ବଢାଇଛି ଭୟ । ତେବେ ଏହି ଭାଇରସ କରୋନା ଅପେକ୍ଷା କମ କ୍ଷତିକାରକ ହେଲେ ମଧ୍ୟ କରୋନାର ସମସ୍ତ ଲକ୍ଷଣ ଏବଂ ଅନ୍ୟାନ୍ୟ ଗୁଣରେ ଏହା ସମାନ ହୋଇଥାଏ । କରୋନା ପରି ଏହି ଭାଇରସ ମଧ୍ୟ କୌଣସି ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ହିଁ ହୋଇଥାଏ । କୋଭିଡ ଭାଇରସ ପରି କାଶ, ଛିଙ୍କ ଏବଂ ବନ ଦ୍ୱାରା ଏହି ଭାଇରସ ସଂକ୍ରମିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଭାଇରସର ଲକ୍ଷଣ, ସଂକ୍ରମଣର କାରଣ ଏବଂ ପ୍ରତିକାର ।

କରୋନା ମହାମାରୀ ପରେ ସାରା ଦେଶରେ ଦେଖା ଦେଇଥିବା ଏହି ଭୟଙ୍କର ଭାଇରସର ନାମ ହେଉଛି ଏଡିନୋ ଭାଇରସ । ଏହାର ସମ୍ପୂର୍ଣ୍ଣ ଲକ୍ଷଣ କରୋନା ସହ ପ୍ରାୟତଃ ସମାନ । ତେଣୁ ଅଧିକାଂଶ ଲୋକେ ଏହି ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ, ଏହା ହେଉଛି କରୋନାର ଆଉ ଏକ ରୂପ ।

ଏଡିନୋ ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଫ୍ଲୁ ଭଳି ଲକ୍ଷଣମାନ ଦେଖାଯାଏ ।

ଏହାବ୍ୟତୀତ ସଂକ୍ରମିତଙ୍କୁ ଜ୍ୱର, ଗଳା ଶୁଖିବା, ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣ ରହିଥାଏ ।

ଏହି ଭାଇରସରେ ସଂକ୍ରମିତ ନିମୋନିଆ, ଆଖି ଲାଲ ପଡିବା, ଡାଇରିଆ, ବାନ୍ତି ଏବଂ ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦେଖାଯାଏ ।

ଏଡିନୋଭାଇରସ ସଂକ୍ରମଣ ଯୋଗୁଁ ବ୍ଲାଡର ଇନଫେକ୍ସନର ବିପଦ ମଧ୍ୟ ହୋଇପାରେ ।

ତେବେ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ କିଛି ସମୟ ବ୍ୟବଧାନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୁଅନ୍ତୁ । ବାରମ୍ବାର ହାତକୁ ଆଖି, କାନ କିମ୍ବା ପାଟିରେ ଲଗାନ୍ତୁ ନାହିଁ । ତେବେ ଯଦି ଭାଇରସର କୌଣସି ଲକ୍ଷର ଦେଖାଯାଉଛଇ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ । ସାବଧାନ ଏବଂ ସଚେତନ ରହିଲେ ହିଁ ଏହି ଭାଇରସରୁ ମୁକ୍ତି ମିଳିପାରିବ ।

କରୋନାର ଭୟ ଏବେ କିଛିଟା ପରିମାଣରେ ଶାନ୍ତ ପଡିଛି । ସଂକ୍ରମଣ ହ୍ରାସ ପାଇଥିବାରୁ ଲୋକଙ୍କ ମନରୁ ଏହାର ଭୟ ମଧ୍ୟ କମିବାରେ ଲାଗିଛି । ତେବେ କହିବାକୁ ଚାହିଁବୁ ଯେ, କରୋନା ଭାଇରସ ଏବେ ବି ସମ୍ପୂଣ୍ଣ ଲୋପ ପାଇନାହିଁ । ବୈଜ୍ଞାନିକ ଏବଂ ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ କରୋନା ଭୂତାଣୁ ଏବେ ମଧ୍ୟ ବାୟୁରେ ବ୍ୟାପି ରହିଛି । ଏହାର କୌଣସି ମ୍ୟୁଟେସନ ଘାତକ ହେଲେ ଏହା ପୁଣି ଥରେ ମରଣାନ୍ତକ ସାବ୍ୟସ୍ତ ହୋଇପାରେ ।

Get real time updates directly on you device, subscribe now.