fbpx
BSKY SKY
BSKY SKY

ତରବରରେ ପ୍ୟାଣ୍ଟ ପକେଟରେ ଫୋନ୍ ରଖିବା ଦ୍ୱାରା ନପୁଂଶକ ହେବାର ଆଶଙ୍କା ଅଧିକ ! ଜାଣିଶୁଣି କରନ୍ତୁ ନାହିଁ ଏଭଳି ଭୁଲ, ନଚେତ ….

BSKY

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ୍ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଯାଇଛି । ଆଖି ଖୋଲିଲା ମାନେ ସର୍ବ ପ୍ରଥମେ ଯଦି କିଛି ଆବଶ୍ୟକ ହେଉଛି ତାହା ହେଉଛି ଫୋନ। କେହି ଏଥିରୁ ଅଧିକ ସମୟ ବଞ୍ଚିତ ରହିପାରୁ ନାହିଁନ୍ତି । ଏପରିକି ଟ୍ରାଫିକରେ ଛିଡା ହେବା ସମୟରେ ଯଦି କିଛି ସମୟ ମିଳୁଛି ସେଥିରେ ମଧ୍ୟ ସେ ଫୋନ ବ୍ୟବହାର କରିବାର ମଉକା ହାତ ଛଡା କରୁ ନାହାନ୍ତି । ଖାଇବା ଠାରୁ ଆରମ୍ଭ କରି ଶୌଚାଳୟ ଯିବା ସମୟରେ ମଧ୍ୟ ଫୋନ ବ୍ୟବହାର କରିବାକୁ ଲୋକ ଭୁଲୁ ନାହାନ୍ତି। ଏହି କାରଣ ହେଉଛି ଲୋକମାନେ ଏହାକୁ ସବୁବେଳେ ଫୋନକୁ ନିଜ ସହିତ ରଖନ୍ତି। ସେ ଯେଉଁଆଡେ ଯାଆନ୍ତି ତାଙ୍କ ଫୋନ ସାଙ୍ଗରେ ନେଇଯାଆନ୍ତି । ଅବଶ୍ୟ, ଫୋନ୍ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି, କିନ୍ତୁ ଏହା ଅନେକ ରୋଗ ସହିତ ଆସିଥାଏ । ଶିକ୍ଷିତ ଲୋକ ଏହାର କୁପରିଣାମ ବିଷୟରେ ଅବଗତ ଥାଇ ମଧ୍ୟ ବାରମ୍ୱାର ଏହାକୁ ମାମୁଲି ଭାବି ଅଣଦେଖା କରୁଛନ୍ତି ।

କିନ୍ତୁ ଫୋନକୁ ପକେଟରେ ରଖିବାର କ୍ଷତି ଆଉ ଫୋନକୁ ପକେଟରେ ରଖିବାର କ’ଣ ଅସୁବିଧା ଅଛି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆପଣ ଫୋନ୍ କୁ ନିଜ ପକେଟରେ ରଖନ୍ତି ଏହାର ବେତାର ତରଙ୍ଗ ନେଟୱାର୍କ ସହିତ ସଂଯୁକ୍ତ ରହିଥାଏ । ସୂଚନାଯୋଗ୍ୟ ଯେ ଫୋନ୍ ରୁ ଯେଉଁ ବିକିରଣ ହେଇଥାଏ ତାହା ମଧ୍ୟ କର୍କଟ ରୋଗର କାରଣ ହେଇପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବିକିରଣ ଆପଣଙ୍କ DNA ଗଠନକୁ ବଦଳାଇପାରେ। ଏହି କାରଣରୁ, ଆପଣ ନପୁଂଶକ ହେବାର ବିପଦ ଅଛି ଏବଂ ହୃଦୟ ସହିତ ଜଡିତ ସମସ୍ୟା ହୋଇପାରେ।

ଯଦି ଆପଣ ଫୋନକୁ ପ୍ୟାଣ୍ଟର ପକେଟରେ ରଖନ୍ତି ତେବେ ଆପଣଙ୍କୁ ଏହା କାଢି ବ୍ୟବହାର କରିବାକୁ ହୁଏତ ସହଜ ହେଇପାରେ କିନ୍ତୁ ଏହାର ବିକିରଣ ଆପଣଙ୍କ ହାଡକୁ ଦୁର୍ବଳ କରିପାରେ ବୋଲି ମତ ମିଳିଛି ।

ତେବେ ସ୍ମାର୍ଟଫୋନ୍ କୁ କେଉଁଠାରେ ରଖିବେ?
ଆପଣଙ୍କର ସୂକ୍ଷ୍ମ ଅଂଶଗୁଡ଼ିକ ନିକଟରୁ ଆପଣଙ୍କ ଫୋନକୁ ଦୂରରେ ରଖନ୍ତୁ। ଏହାକୁ କୌଣସି ପକେଟରେ ରଖନ୍ତୁ ନାହିଁ । ଯଦି ଆପଣ ଫୋନକୁ ଏକ ପର୍ସରେ କିମ୍ବା ବ୍ୟାଗରେ ରଖନ୍ତି ତେବେ ଏହା ଭଲ ହେବ, କିନ୍ତୁ ଯଦି ଆପଣ ତାହା କରିପାରିବେ ନାହିଁ ତେବେ ଏହାକୁ ପଛ ପକେଟରେ ରଖନ୍ତୁ। ଯାହା ଦ୍ୱାରା ଆପଣଙ୍କ ଶରୀର ସର୍ବନିମ୍ନ ବିକିରଣ ସହିତ ସଂସ୍ପର୍ଶରେ ଆସିବ ।

Get real time updates directly on you device, subscribe now.