fbpx
BJD SKY
BJD SKY

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି ନେତାଙ୍କ ଭିଣୋଇଙ୍କୁ ଛାଡ଼ିଥିଲା ଏନସିବି

BJD

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଶନିବାର ଏନସିବି ଉପରେ ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତି ଏନସିବି ମୁମ୍ବାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ବିଜେପି କର୍ମୀଙ୍କ ଭିଣୋଇଙ୍କୁ ଛାଡ଼ି ଦେଇଛନ୍ତି । ନବାବ ମଲ୍ଲିକ ଦାବି କରିଛନ୍ତି ଯେ ଏନସିବି ବିଜେପି ନେତା ତଥା ମୁମ୍ବାଇ ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ମୋହିତ କମଭୋଜଙ୍କ ଭିଣୋଇ ରିସଭ ସଚ୍ଚଦେବଙ୍କୁ ଗିରଫ କରିଥିଲା, କିନ୍ତୁ ତାଙ୍କୁ ସଙ୍ଗେ ସଙ୍ଗେ ଛାଡ଼ି ଦିଆଯାଇଥିଲା ।

ମହାରାଷ୍ଟ୍ରର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ ଏନସିବି ରିଶଭ ସଚ୍ଚଦେବଙ୍କ ସହ ୩ ଜଣଙ୍କୁ ଛାଡ଼ିଦେଇଛନ୍ତି । ସେମାନେ ହେଲେ ପ୍ରତୀକ ଗାବା ଏବଂ ଆମୀର ଫର୍ଣ୍ଣିଚରୱାଲା । ଏକ ପେସମମିଟରେ ଶନିବାର ମନ୍ତ୍ରୀ କହିଛନ୍ତି ଯେ ଗିରଫ ହୋଇଥିବା ୧୧ ଜଣକ ମଧ୍ୟରୁ ୩ ଜଣକୁ ଛାଡ଼ିଦିଆଯାଇଛି । ଏହା ସହ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ୩ ଜଣଙ୍କୁ ଛାଡ଼ି ଦିଆଯାଉଥିବାର ଦେଖାଯାଉଛି । ଫଟୋରେ ମୋହିତ କମଭୋଜ ଏବଂ ତାଙ୍କ ପରିବାର ମଧ୍ୟ ରହିଛନ୍ତି । ସେ କହିଛନ୍ତି ଦିଲ୍ଲୀରୁ ଫୋନ କରି ବିଜେପି ନେତାମାନେ ଏହି ୩ ଜଣଙ୍କୁ ଛାଡିଦେବାକୁ କହିଥିଲେ । ୱାଙ୍ଖଡ଼େଙ୍କୁ ଏହାର ଜବାବ ଦେବାକୁ ହେବ ସେ କାହିଁକି ସେମାନଙ୍କୁ ବିନା ତଦନ୍ତରେ ସେମାନଙ୍କୁ ଛାଡ଼ିଦେଲେ ।

ସେ ଆହୁରି କହିଛନ୍ତି କୋର୍ଡେଲିଆ ଜାହାଜରେ ରେଡ କରି କେବଳ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ହଇରାଣ କରିବା ଏକ ଯୋଜନା ଥିଲା । ଏହି ରେଡ୍ ଏକ ଫେକ୍ ରେଡ୍ ଥିଲା । ଆର୍ୟନ ଖାନଙ୍କ ଠାରୁ ମିଛି ମିଳିନାହିଁ । ଆର୍ୟନଙ୍କୁ ଧରିବା ପାଇଁ ପ୍ରତୀକ ଗାବା ଓ ଆମୀର ଫର୍ଣ୍ଣିଚରୱାଲାଙ୍କୁ ବ୍ୟବହାର କରାଯାଇଥିଲା । ଉଭୟଙ୍କ ନିମନ୍ତ୍ରଣରେ ଆର୍ୟନ ଖାନ ସେଠାକୁ ଯାଇଥିଲେ ବୋଲି ନବାବ ମଲ୍ଲିକ କହିଛନ୍ତି ।

 

Get real time updates directly on you device, subscribe now.