fbpx

୬୦ ହଜାର ପଏଣ୍ଟ ଛୁଇଁଲା Sensex; ନୂତନ ରେକର୍ଡ କଲା Nifty

ମୁମ୍ବାଇ: ପୁଣି ଥରେ ନିବେଶକଙ୍କୁ ମାଲାମାଲ କରିଛି ଭାରତୀୟ ଶେୟାର ବଜାର । ବିଏସଇ ସୂଚକାଙ୍କ ସେନସେକ୍ସ ପୁଣି ଥରେ ୬୦ ହଜାର ପଏଣ୍ଟ ଛୁଇଁଥିବା ବେଳେ ନୂତନ ରେକର୍ଡ କରିଛି ଏନଏସଇର ନିଫ୍ଟି । ଶୁକ୍ରବାର ସପ୍ତାହର ଅନ୍ତିମ ଟ୍ରେଡିଂ ଦିବସରେ ଏହି ସଫଳତା ହାସଲ କରିଥିଲା ସେନସେକ୍ସ । ଶୁକ୍ରବାର ୩୮୧ ପଏଣ୍ଟର ÷ଅଭିବୃଦ୍ଧି ସହିତ ପୁନର୍ବାର ୬୦ ହଜାର ପଏଣ୍ଟ ଛୁଇଁଥିଲା । ସମାନ ସମୟରେ ନିଫଟିରେ ମଧ୍ୟ ୦.୫୯ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା । ୧୦୪.୮୫ ପଏଣ୍ଟର ଅଭିବୃଦ୍ଧି ସହିତ ନିଫ୍ଟି ୧୭୮୯୫.୨୦ ପଏଣ୍ଟରେ ରହିଥିଲା । ଏହି ପ୍ରଦର୍ଶନ ସହିତ ନିଫ୍ଟି ନିଜର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି ।
ଗତ ସପ୍ତାହରେ ସେନସେକ୍ସ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସହିତ ପ୍ରଥମ ଥର ପାଇଁ ୬୦ ହଜାର ଛୁଇଁଥିଲା । ତେବେ ବଜାର ତଳକୁ ଖସିବା ସହିତ ପୁଣି ଥରେ ଏହା ୬୦ ହଜାରରୁ ତଳେ ରହିଥିଲା । ଶୁକ୍ରବାରର ପ୍ରଦର୍ଶନ ପରେ ଏହା ପୁନର୍ବାର ୬୦୦୫୯.୦୬ ପଏଣ୍ଟରେ ରହିଛି । ଏହି ସମୟରେ ଇନଫୋସିସ, ଟେକ୍ ମହିନ୍ଦ୍ରା, ଏଚସିଏଲ, ଟିସିଏସ ଏବଂ ଏଲଆଣ୍ଡଟିର ଅଂଶଧନ ମୂଲ୍ୟ ୪ ପ୍ରତିଶତ ଉପରେ ରହିଥିଲା ।

Get real time updates directly on you device, subscribe now.