fbpx

ଏନସିପିକୁ ମିଳିଲା ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ,୫ ।୧: ମହାରାଷ୍ଟ୍ର ମେଣ୍ଟ ସରକାରରେ ଗତ ୩୦ ଡିସେମ୍ବରରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଥିଲା, ଯାହାର ୬ ଦିନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ବା ଏନସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ ଏନସିପିର ଅନ୍ୟ ଜଣେ ବିଧାୟକ ଅନିଲ ଦେଶମୁଖଙ୍କୁ ଗୃହ ବିଭାଗ ମିଳିଛି । ତେବେ ଏନସିପିକୁ ବହୁ ବଡ ବଡ ବିଭାଗ ମିଳିଥିବା ବେଳେ ପଛରେ ରହିଯାଇଛି କଂଗ୍ରେସ ।

ଏହାଛଡ଼ା ପ୍ରଥମ ଥର ବିଧାୟକ ହୋଇଥିବା ଶିବସେନାର ବିଧାୟକ ଆଦିତ୍ୟ ଠାକରେଙ୍କୁ ପରିବେଶ, ପର୍ଯ୍ୟଟନ ଏବଂ ପ୍ରୋଟୋକଲ୍‌ ବିଭାଗ ଦିଆଯାଇଥିବା ବେଳେ ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ନଗରାଞ୍ଚଳ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ନେତା ବାଲାସାହେବ ଥୋରଟ୍‌ଙ୍କୁ ରାଜସ୍ୱ ବିଭାଗ ମିଳିଥିବା ବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଓ୍ଵନଙ୍କୁ ସାର୍ବଜନୀନ ନିର୍ମାଣ ବିଭାଗ ଦିଆଯାଇଛି । ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସୂଚନା ଓ ଲୋକସମ୍ପର୍କ, ଆଇନ ଓ ବିଚାରବିଭାଗ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆ ନ ଯାଇ ଥିବାରୁ ସେ ସବୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦାୟିତ୍ୱରେ ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.