fbpx

ମୃତ୍ୟୁସଂଖ୍ୟାରେ ୧ ଲକ୍ଷ ପାର୍ କରିଛନ୍ତି ୭ଟି ଦେଶ: ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ର ସେଇ ଅଲୋଡ଼ା ସ୍ଥାନରେ ପହଞ୍ଚିବ

ମୁମ୍ବାଇ: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଧିରେଧିରେ ଶିଥିଳ ପଡ଼ୁଥିବା ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର ଦ୍ୱିତୀୟ ଲହରରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ପୃଥିବୀର ୭ଟି ଦେଶରେ ୧ ଲକ୍ଷରୁ ଅଧିକ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷେ ଏକ ରାଜ୍ୟ ହୋଇ ମଧ୍ୟ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଛୁଇଁବାକୁ ଯାଉଛି । ଦିନେ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ପାର କରିବାର ସମ୍ଭାବନା ରହିଛି ।

ମହାରାଷ୍ଟ୍ରରେ ଗତକାଲି ୧୩ ହଜାର ୬୫୯ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିଲା । ଏଥିସହ ୩୦୦ ଲୋକ କରୋନାରେ ମୃତ୍ୟୁବରଣ କରିଥିଲେ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୯ ହଜାର ୫୧୨ ଜଣ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୫୮ ଲକ୍ଷ ୧୯ ହଜାର ୨୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆମେରିକାରେ ୫ ଲକ୍ଷ ୯୭ ହଜାର ୩୭୭, ଭାରତରେ ୩ ଲକ୍ଷ ୪୬ ହଜାର ୭୫୯, ବ୍ରାଜିଲରେ ୪ ଲକ୍ଷ ୭୨ ହଜାର ୫୩୧, ଇଂଲଣ୍ଡରେ ୧ ଲକ୍ଷ ୨୮ ହଜାର ୯୯, ଇଟାଲିରେ ୧ ଲକ୍ଷ ୨୬ ହଜାର ୪୭୨, ରୁଷରେ ୧ ଲକ୍ଷ ୨୧ ହଜାର ୪୬୫ ଓ ଫ୍ରାନ୍ସରେ ୧ ଲକ୍ଷ ୧୦ ହଜାର ୧୩୫ ଲୋକଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶର ମୋଟ କରୋନାର ମୃତ୍ୟୁର ୨୯ ପ୍ରତିଶତ ମହାରାଷ୍ଟ୍ରରୁ ଆସିଥିବା ଜଣାପଡ଼ିଛି । ଏକ ଲକ୍ଷ ମୃତ୍ୟୁସଂଖ୍ୟା ପାର୍ କରିବା ପରେ ମହାରାଷ୍ଟ୍ର ଏକ ଅଲୋଡ଼ା ରେକର୍ଡ ବୁକରେ ସାମିଲ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.