fbpx

କର୍ଣ୍ଣାଟକ ରାଜନୀତି ଚଳଚଂଚଳ, ୟେଦୁରପ୍ପା କହିଲେ- ମୁଁ ସେହି ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଯେଉଁ ଦିନ…

ବେଙ୍ଗାଲୁରୁ : ଗତ କିଛି ମାସ ହେବ କର୍ଣ୍ଣାଟକ ରାଜନୀତି ଚଳଚଂଚଳ ହୋଇ ଉଠିଛି । ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ବିଜେପିର ପ୍ରାୟ ଅଧା ବିଧାୟକ ଅସନ୍ତୁଷ୍ଟ ଥିବା ଜଣା ପଡିଛି । ଅସନ୍ତୁଷ୍ଟ ବିଧାୟକଙ୍କୁ ମନେଇବା ପାଇଁ ୟେଦୁରପ୍ପାଙ୍କୁ ବହୁତ କସରତ କରିବାକୁ ପଡୁଛି । ତଥାପି ଦଳରେ ବିରୋଧର ସ୍ୱର ଥମିବାର ନାଁ ନେଉନାହିଁ । ଅନେକ ଥର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବିଏସ ୟେଦୁରପ୍ପା ସେ କେବେ ଇସ୍ତଫା ଦେବେ ସେହି ବିଷୟରେ କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି, ମୋତେ ଲାଗୁ ନାହିଁ ଯେ, ବିଜେପିରେ କିଏ ବିକଳ୍ପ ନେତା ଅଛନ୍ତି ଯିଏ ରାଜ୍ୟର ନେତୃତ୍ୱ ନେଇ ପାରିବେ । ଯେଉଁ ଦିନ ପାର୍ଟିର ହାଇକମାଣ୍ଡ ମୋତେ ଇସ୍ତଫା ଦେବାକୁ କହିବେ, ସେ ସେହି ଦିନ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ଅନ୍ୟପଟେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡ. ସିଏନ ଅଶ୍ୱତ ନାରାୟଣ କହିଛନ୍ତି, ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଛାଡିବାର କୌଣସି ପ୍ରଶ୍ନ ଉଠୁନାହିଁ । ସେ କେବଳ ଏତିକି କହିଛନ୍ତି, ପାର୍ଟି ଯାହା ନିର୍ଣ୍ଣୟ ନେବ ଏହାର ପାଳନ କରିବାକୁ ଆମେ ପ୍ରସ୍ତୁତ । କାରଣ ସେମାନେ ପାର୍ଟିର ଜଣେ ଅସୁଶାସନ ସିପାହୀ ।

ଉଲ୍ଲେଖଯୋଗ୍ୟ, ନିକଟ ଦିନରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ଅସନ୍ତୋଷର ସ୍ୱର ବଢିବାରେ ଲାଗିଛି । ଅନେକ ବିଧାୟକ ପୂର୍ବରୁ ସେହି ଗୋଷ୍ଠୀର ସମର୍ଥନ କରି ଆସୁଛନ୍ତି, ଯେଉଁ ଗୋଷ୍ଠୀ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରୁଛନ୍ତି । ସୂଚନା ଅନୁଯାୟୀ, ଗତ ଦୁଇ ସପ୍ତାହରେ କେନ୍ଦ୍ରରୁ ଅତି କମରେ ଦୁଇ ଜଣ ବରିଷ୍ଠ ନେତା ୟେଦୁରପ୍ପାଙ୍କୁ ଭେଟିଛନ୍ତି । ଏହି ବୈଠକରେ କଣ ଆଲୋଚନା ହୋଇଛି ଏବଂ କଣ ନିର୍ଣ୍ଣୟ ନିଆଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ ।

ରାଜନୈତିକ ବିଶ୍ଳେଷକଙ୍କ ମତରେ ରାଜ୍ୟରେ ପୂର୍ଣ୍ଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ରହିଛି । ଏଥିପାଇଁ ବିଜେପିକୁ ଶୀଘ୍ର ନିର୍ଣ୍ଣୟ ନେବାକୁ ପଡିବ । କାରଣ ନିଷ୍ପତି ନେବାରେ ବିଜେପି ଯେତେ ବିଳମ୍ବ କରିବ ତାହା ଦଳ ପ୍ରତି ଅଧିକ ମହଙ୍ଗା ପଡିପାରେ । ବିଜେପି ରାଜ୍ୟ ଉପ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ବିୱାଇ ବିଜୟେନ୍ଦ୍ର ଶୁକ୍ରବାର କହିଛନ୍ତି ଯେ, ୟେଦୁରପ୍ପାଙ୍କ ଅନୁଭବ ଉପରେ ପ୍ରମାଣ ଦେବାର ଆବଶ୍ୟକତା ନାହିଁ ।

 

Get real time updates directly on you device, subscribe now.