fbpx

ଏବେ ହାତକୁ ଆସିବ କମ ଦରମା, ସରକାର ଆଣୁଛନ୍ତି ନୂତନ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ

ନୂଆଦିଲ୍ଲୀ : ଆଗାମୀ କିଛି ମାସରେ ଦେଶରେ ନୂତନ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହାକୁ ଅନ୍ତିମ ରୂପ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ଆଇନ ଲାଗୁ ହେବା ପରେ କର୍ମଚାରୀଙ୍କ ହାତକୁ ଆସୁଥିବା ମାସିକ ବେତନ ହ୍ରାସ ପାଇବ । ଅନ୍ୟପଟେ କର୍ମଚାରୀଙ୍କ ଭବିଷ୍ୟ ନିଧି(ପିଏଫ)ର ପରିମାଣ ବଢିଯିବ । ଅର୍ଥାତ କର୍ମଚାରୀଙ୍କ ପିଏଫରେ ଅଧିକ ଟଙ୍କା ଜମା ହେବ । ନୂତନ ନିୟମ ପରେ କର୍ମଚାରୀଙ୍କ ମୂଳ ବେତନ ଏବଂ ଭବିଷ୍ୟ ନିଧିର ଗଣନା ପ୍ରକ୍ରିୟାରେ ଉଲ୍ଲେଖନୀ ପରିବର୍ତନ ଆସିବ ।

ଶ୍ରମ ମନ୍ତ୍ରଣାଳୟ ଚାରି ନିୟମ ଅଦୌଗିକି ସମ୍ବନ୍ଧ, ବେତନ, ସାମାଜିକ ସୁରକ୍ଷା, ବ୍ୟବସାୟିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ୨୦୨୧ ଏପ୍ରିଲରେ ଲାଗୁ କରିବାକୁ ଚାହୁଁଥିଲା । ଏହି ଚାରି ଶ୍ରମ ଆଇନକୁ ଯୁକ୍ତିସଙ୍ଗତ କରିବା ଦିଗରେ ସରକାର କାମ କରୁଛନ୍ତି । ନିକଟରେ ସରକାର ଏହି ଚାରି ନିୟମର କାର୍ଯ୍ୟକାରୀ ଲାଗି ଅନ୍ତିମ ରୂପ ଦେଇଥିଲେ । ମାତ୍ର ଏହାର କ୍ରିୟାନ୍ୱୟନ ହୋଇ ପାରିନଥିଲା । କାରଣ ଅନେକ ରାଜ୍ୟ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନୂତନ ଶ୍ରମ ଆଇନକୁ ଲାଗୁ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

ଏକ ସୂତ୍ର ଅନୁଯାୟୀ, ଅନେକ ପ୍ରମୁଖ ରାଜ୍ୟ ଏହି ଚାରି ନିୟମକୁ ଚୂଡାନ୍ତ ରୂପ ଦେଇ ନାହାନ୍ତି । କିଛି ରାଜ୍ୟ ଆଇନର କ୍ରିୟାନ୍ୱୟନକୁ ଅନ୍ତିମ ରୂପ ଦେବା ଉପରେ କାମ କରୁଛନ୍ତି । କିନ୍ତୁ କେଉଁ ରାଜ୍ୟ ଏହାକୁ ଲାଗୁ କରିବ କି ନକରିବ କେନ୍ଦ୍ର ସରକାର ସର୍ବଦା ଅପେକ୍ଷା କରି ପାରିବେ ନାହିଁ । ସରକାରଙ୍କ ଯୋଜନା ମାସେ କି ଦୁଇ ମାସରେ ଏହି ଆନଇକୁ ଲାଗୁ କରାଯିବ ଏବଂ ସଂସ୍ଥା ଗୁଡିକୁ ନୂତନ ଆଇନ ସହ ତାଳମେଳ ରଖିବା ପାଇଁ ସମୟ ଦେବାକୁ ପଡିବ ବୋଲି କୁହାଯାଇଛି । କିଛି ରାଜ୍ୟ ନିୟମର ଡ୍ରାଫ୍ଟ ପୂର୍ବରୁ ଜାରି କରି ସାରିଛନ୍ତି । ଏହି ରାଜ୍ୟରେ ଉତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ହରିୟାଣା, ଓଡିଶା, ପଞ୍ଜାବ, କର୍ଣ୍ଣାଟକ ଓ ଉତରାଖଣ୍ଡ ସାମିଲ ।

 

Get real time updates directly on you device, subscribe now.