fbpx

ଏମସିଏଲ୍ ତରଫରୁ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ

ସମ୍ବଲପୁର(ଓଡ଼ିଶା ଭାସ୍କର): ଏମସିଏଲ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏମସିଏଲ୍ ର ଅଧ୍ୟକ୍ଷ ପି କେ ସିହ୍ନା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପରିବେଶକୁ ସୁରକ୍ଷିତ ରଖିବା ନେଇ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ମଧ୍ୟ ପରିବେଶର ସୁରକ୍ଷାର ଧ୍ୟାନ ରଖିବା ନେଇ ଶପଥ ନେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅନୁଗୁଳ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲା ସ୍ଥିତ ଏମସିଏଲ୍ ର ପରିଯୋଜନା କ୍ଷେତ୍ରର ମହାପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହୋଇଥିଲେ ।

ସୂଚନା ଅନୁସାରେ, ୧୯୯୨ରେ ଏମସିଏଲ୍ ସ୍ଥାପନା ଦିବସ ଅବସରରେ ଓଡିଶାର କୋଇଲା ଅଞ୍ଚଳ ଏବଂ ତାର ଆଖପାଖ ଅଞ୍ଚଳ ମାନଙ୍କ ୬୧ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଥିଲେ । ଏହା ବ୍ୟତୀତ ୨୦୨୧-୨୨ ବର୍ଷ ଭିତରେ ୧.୫୦ ହେକ୍ଟର ପରିବ୍ୟାପ୍ତ ଅଞ୍ଚଳରେ ୨ ଲକ୍ଷରୁ ଅଧିକ ଗଛ ଲଗାଇବାର ଯୋଜନା କରିଥିଲେ । ଶ୍ରୀ ସିହ୍ନା କହିଥିଲେ ଯେ, ବିଶ୍ୱ ବର୍ତ୍ତମାନ କୋଭିଡ୍ ମହାମାରୀ ଦେଇ ଗତି କରୁଛି । ତେଣୁ ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ଇକୋସିଷ୍ଟମକୁ ପୁନଃ ସ୍ଥାପିତ କରିବାର ଆବଶ୍ୟକତା ରହିଛି । ଏମସିଏଲ୍ କୋଇଲା ଖଣି ଖନନ ସହିତ ପରିବେଶ ପ୍ରତି ମଧ୍ୟ ସମ୍ବେଦନଶୀଳ ରହିଛି । ପରିବେଶକୁ ଧ୍ୟାନରେ ରଖି ଏବଂ ତାର ସୁରକ୍ଷାକୁ ଧ୍ୟାନରେ ରଖି ସଦା ସର୍ବଦା କାମ କରି ଆସୁଛି ।

Get real time updates directly on you device, subscribe now.