fbpx

ଘୋଡ଼ା ସହ ରେସ କରୁଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଭିଡିଓ ସେୟାର କଲେ ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସରେ ପରିବାର ସହ ସମୟ ବିତାଉଛନ୍ତି। ସେ ହୁଏତ ସୋସିଆଲ ମିଡିଆରେ କମ୍ ସକ୍ରିୟ ହୋଇପାରନ୍ତି, କିନ୍ତୁ ତାଙ୍କ ପତ୍ନୀ ସାକ୍ଷୀ ଧୋନି ସୋସିଆଲ ମିଡିଆରେ ପ୍ରାୟତଃ ଫଟୋ-ଭିଡିଓ ସେୟାର କରନ୍ତି ଯେଉଁଥିରେ ଧୋନି ମଧ୍ୟ ନଜର ଆସିଥାନ୍ତି । ସାକ୍ସି ଶନିବାର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଧୋନି ତାଙ୍କ ନୂଆ ଘୋଡା ସହିତ ରେସ କରୁଥବାର ନଜର ଆସିଛନ୍ତି।

ସାକ୍ଷୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଧୋନି ଏକ କଳା ଟି-ସାର୍ଟ ପିନ୍ଧିଛନ୍ତି ଏବଂ ସେ ସ୍କଟଲ୍ୟାଣ୍ଡରୁ ମଗାଇଥିବା ତାଙ୍କ ଘୋଡ଼ା ସହ ରେସ କରୁଥିବାର ଦେଖାଯାଉଛି ।  ଆଉ ଏହି ଭିଡିଓକୁ ସାକ୍ସି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ‘ଶକ୍ତିଶାଳୀ, ଦ୍ରୁତ।’ ଆଇପିଏଲର ୧୪ ତମ ସିଜିନ୍ କରୋନା କାରଣରୁ ମଧ୍ୟଭାଗରେ ସ୍ଥଗିତ ରଖାଯାଇଥିଲା । ଏହାପରେ ଧୋନି ତାଙ୍କ ପରିବାର ସହିତ ରାଞ୍ଚିରେ ସମୟ ଅତିବାହିତ କରୁଛନ୍ତି ।

 

View this post on Instagram

 

A post shared by Sakshi Singh Dhoni (@sakshisingh_r)

Get real time updates directly on you device, subscribe now.