fbpx

ପୂଜା ପାଇବେ ମାହି… ଧୋନୀଙ୍କ ନାଁ ରେ ନିର୍ମାଣ ହେବ ମନ୍ଦିର! ଚେନ୍ନାଇର ଭଗବାନ୍ ହେଉଛନ୍ତି MS Dhoni…

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏକ ବିରାଟ ଅଧ୍ୟାୟ ହେଉଛନ୍ତି ଏମ.ଏସ ଧୋନୀ । କେବଳ ଭାରତୀୟ କ୍ରିକେଟ ପାଇଁ ନୁହେଁ, ସାରା ବିଶ୍ୱର କ୍ରିକେଟ ପାଇଁ ସେ ସାଜିଛନ୍ତି ମହାନ୍ ଦିଗଦର୍ଶକ । ଭାରତରୁ ଆରମ୍ଭ କରି ପୃଥିବୀର କୋଣ ଅନୁକୋଣରେ ଧୋନୀଙ୍କ ଫ୍ୟାନ୍ସ ଭରି ରହିଛନ୍ତି । ଟିମ ଇଣ୍ଡିଆ ଏବଂ ଭାରତର କ୍ରିକେଟକୁ ଏକ ନୂଆ ପରିଚୟ ଦେଇଥିବା ଅଧିନାୟକ ହେଉଛନ୍ତି ମାହି । କ୍ରିକେଟରେ ଅସମ୍ଭବ ସଦୃଶ ଅନେକ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିବା ସହ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ଧୋନୀ ସଫଳ ହୋଇଛନ୍ତି । ବିଶେଷ କରି ଆଇପିଏଲ ଯୋଗୁଁ ସେ ଚେନ୍ନାଇ ପାଇଁ ଜଣେ ଭଗବାନଙ୍କ ଅବତାର ବୋଲି ସମ୍ମାନ ପାଇଛନ୍ତି । ସେଥିପାଇଁ ଧୋନୀଙ୍କୁ ‘ଥାଲା’ ବୋଲି ନାମ ଦିଆଯାଇଛି ।

ତେବେ ଚେନ୍ନାଇର କ୍ରିକେଟପ୍ରେମୀ ଏବେ ଧୋନୀଙ୍କୁ ଭଗବାନ ବୋଲି ମାନୁଛନ୍ତି । ସମସ୍ତଙ୍କ ହୃଦୟରେ ଧୋନୀଙ୍କ ପାଇଁ ସମ୍ମାନ ଏବେ ଭକ୍ତିରେ ପରିଣତ ହୋଇଗଲାଣି । ତେଣୁ ଖୁବଶୀଘ୍ର ଚେନ୍ନାଇରେ ଧୋନୀଙ୍କ ନାମରେ ଏକ ମନ୍ଦିର ସ୍ଥାପନା ହୋଇପାରେ ବୋଲି କହିଛନ୍ତି ଚ୍ନୋଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ । କ୍ରିକେଟରେ ଧୋନୀଙ୍କ ଯୁଗ ସରିବାର ସମୟ ଯେତିକି ପାଖେଇ ପାଖେଇ ଆସୁଛି, ତାଙ୍କର କ୍ରେଜ କିନ୍ତୁ ସେତିକି ବଢିବାରେ ଲାଗିଛି । ଖାସ କରି ଏବେ ଆଇପିଏଲ ଚାଲିଥିବାରୁ ଧୋନୀଙ୍କ ପାଇଁ ଚେନ୍ନାଇବାସୀ ଏକପ୍ରକାର ପାଗଳପ୍ରାୟ ହୁଅନ୍ତି । ଚେନ୍ନାଇରେ ମାହିଙ୍କ ଫ୍ୟାନ ଫଲୋଇଙ୍ଗ ଏକ ଭିନ୍ନ ସ୍ତରରେ ପହଞ୍ଚିଛି । ଚେନ୍ନାଇର ଲୋକମାନଙ୍କ ପାଇଁ ଧୋନୀ ବର୍ତ୍ତମାନ ଜଣେ ଖେଳାଳି କିମ୍ବ ଆଇଡଲ ନୁହେଁ, ସେ ଚେନ୍ନାଇର ଇମୋସନ୍ ପାଲଟି ଯାଇଛନ୍ତି । ତେଣୁ ତାଙ୍କ ସ୍ମୃତିରେ ଚେନ୍ନାଇର ବାସିନ୍ଦା ଧୋନୀଙ୍କ ନାମରେ ମନ୍ଦିର ନିର୍ମାଣ କରିପାରନ୍ତି ।

ରାୟୁଡୁ କହିଛନ୍ତି ଯେ, ଚେନ୍ନାଇରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଖୁସବୁ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ମନ୍ଦିର ନିର୍ମାଣ କରାଯାଇଛି । ତେଣୁ ଖୁବଶୀଘ୍ର ଏମ.ଏସ ଧୋନୀଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇପାରେ । ମାହି ପ୍ରତ୍ୟେକ ଭାରତୀୟ ଏବଂ ଚେନ୍ନାଇ ବାସିନ୍ଦାଙ୍କ ମୁହଁରେ ହସ ଭରି ଦେଇଛନ୍ତି । ଏହାପରେ ରାୟୁଡୁ କହିଛନ୍ତି ଯେ,ଧୋନୀ ଏବେ ଚେନ୍ନାଇ ପାଇଁ ଭଗବାନ ପାଲଟି ଯାଇଛନ୍ତି । ତେଣୁ ଆଗାମୀ କିଛି ବର୍ଷ ମଧ୍ୟରେ ଚେନ୍ନାଇରେ ଧୋନୀଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରାଯାଇପାରେ ବୋଲି ଅମ୍ବାତି ରାୟୁଡୁ କହିଛନ୍ତି ।

Get real time updates directly on you device, subscribe now.