ସିବିଆଇ ଅଫିସରେ ପୁଣିହାଜର ହେଲେ ମହିମାଙ୍କ ବଡପୁଅ

ଭୁବନେଶ୍ୱର: ପୁଣି ହାଜର ହେଲେ ମହିମା ମିଶ୍ରଙ୍କ ବଡ ପୁଅ । ସିବିଆଇ ଅଫିସରେ ପୁଣି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର । ଆଜି ସକାଳେ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା ।ତାଙ୍କୁ ବର୍ତ୍ତମାନ କୋର୍ଟ ଚାଲଣ କରାଯାଇଥିବା ବେଳେ ଏବେ ସିବିଆଇ ଅଫିସ ରେ ହାଜର ହୋଇଛନ୍ତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର ।ବର୍ତ୍ତମାନ ଚନ୍ଦନ ଭୁବନେଶ୍ୱର ସିବିଆଇ ଅଫିସରେ ଅଛନ୍ତି । ଗତ କାଲି ମହିମା ମିଶ୍ର ଏବଂ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ । ଏହାପରେ ତାଙ୍କ ସାନ ପୁଅଙ୍କୁ ଗିରଫ କରିଥିଲା ।

 

ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ବର୍ତ୍ତମାନ ତାଙ୍କୁ କୋର୍ଟ ଚାଳନ କରାଯାଇଛି ।ଗତ କାଲି ଠାରୁ ଘନ ଘନ ଜେରା ଚଳାଇଛି ସିବିଆଇ । ବର୍ତ୍ତମାନ ମହିମା ମିଶ୍ରଙ୍କୁ ସିବିଆଇ ଛାଡି ଦେଇଛି ।

 

ସୂଚନାମୁତାବକ ପାରଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଦୀର୍ଘ ୨୦ ଘଣ୍ଟା ମହିମାଙ୍କୁ ଜେରା କରିଥିଲା ସିବିଆଇ । ଏହାପରେ ଭୋର ୪ଟା ସମୟରେ ଉଭୟ ଚର୍ଚ୍ଚିତ ମିଶ୍ର ଏବଂ ଚନ୍ଦନ ମିଶ୍ର ସିବିଆଇ ରେ ହାଜର ହୋଇଥିଲେ । ଏହା ସହିତ ଗତକାଲି ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା ।