fbpx

(Video) ଏପରି କର୍ମଚାରୀଙ୍କୁ ସଲାମ୍: ଟ୍ରେନ୍ ଅଟକାଇ ଫାଟକ ବନ୍ଦ କରିବାକୁ ଓହ୍ଲାଇଲେ ପାଇଲଟ୍, ଯାତ୍ରୀମାନେ ଆଶ୍ଚର୍ଯ୍ୟ

ସିୱାନ: ଯେବେ ଟ୍ରେନ୍ ଯେକୌଣସି ରେଲୱେ ଫାଟକ ଦେଇ ଯାଇଥାଏ, ତାହାର ୧୦ ମିନିଟ୍ ପୂର୍ବରୁ ଫାଟକୁ ବନ୍ଦ କରିବାକୁ ପଡେ । କିନ୍ତୁ ବିହାର କେସିୱାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସିୱାନ-ମଶରକ ରେଳଷ୍ଟେସନ ନିକଟସ୍ଥ ମହାରାଜଗଞ୍ଜ ପାଖରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସେହି ରେଲୱେ ଫାଟକକୁ ବନ୍ଦ କରିବାକୁ ସେହି ଲାଇନରେ ଯାଉଥିବା ଟ୍ରେନକୁ ଅଟକିବାକୁ ପଡିଥିଲା । ଏହା ପରେ ସେଥିରୁ ରେଲୱେ କର୍ମଚାରୀ ବା ପାଇଲଟ ଓହ୍ଲାଇ ଫାଟକ ବନ୍ଦ କରିଥିଲେ । ଫାଟକ ବନ୍ଦ କରିବାକୁ ପାଇଲଟଙ୍କ ଓହ୍ଲାଇବା ଓ ପୁଣି ଟ୍ରେନରେ ଚଢ଼ିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏପରି ଘଟଣା ଗତ କିଛି ବର୍ଷ ଧରି ଚାଲିଆସୁଛି । ବେଳେ ବେଳେ ବିନା ଫାଟକ ପକାଇ ଟ୍ରେନ୍ ଯାଉଛି । ଏପରି ପରିସ୍ଥିତିରେ କିଛି ଅଘଟଣ ଘଟିବାର ଆଶଙ୍କା ବଢ଼ିଯାଉଛି । ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି-ଯଦି କେଉଁ ଦିନ କିଛି ବଡ଼ ଦୁର୍ଘଟଣା ଘଟିଯିବ, ସେଥିପାଇଁ କିଏ ଦାୟୀ ରହିବ?

କୁହାଯାଏ ଯେ, ସେଠାରେ ଫାଟକ ପକାଇବାକୁ କେହି ନଥିଲେ । ଫାଟକ ପକାଇବାକୁ ରହିଥିବା ରେଳକର୍ମୀ ଚା’ ଆଣିବାକୁ ଯାଇଥିଲେ । ଫଳରେ ପାଇଲଟ ବାଧ୍ୟ ହୋଇ ଟ୍ରେନ୍ ଅଟକାଇଥିଲେ । ଟ୍ରେନରୁ ଓହ୍ଲାଇ ଫାଟକ ବନ୍ଦ କରିଥିଲେ ଓ ପୁଣି ଟ୍ରେନରେ ଚଢ଼ି ଟ୍ରେନକୁ ଆଗକୁ ବଢ଼ାଇ ଦେଇଥିଲେ । ଏହାର ଭିଡିଓ ଭାଇରାଲ ପରେ କିଛି ଲୋକ ପାଇଲଟଙ୍କୁ ପ୍ରଶଂସା କରୁଥିବା ବେଳେ ବ୍ୟବସ୍ଥାକୁ ନିନ୍ଦା କରୁଛନ୍ତି । କାରଣ ଏପରି ଘଟଣାରେ ଟିକିଏ ଅବହେଳା ଯୋଗୁଁ କାହାର ଜୀବନ ବି ଚାଲିଯାଇପାରେ ।

Get real time updates directly on you device, subscribe now.