fbpx

ବ୍ୟାଙ୍କରେ କାମ କରୁଥିବାବେଳେ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ୍: ମୃତ୍ୟୁର ଲାଇଭ Video ଭାଇରାଲ

Advertisement

ନୂଆଦିଲ୍ଲୀ : ମହୋବାରେ ଏକ ସପ୍ତାହ ପୂର୍ବରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁର ଲାଇଭ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚେୟାରରେ ବସି ବ୍ୟାଙ୍କ କର୍ମଚାରୀଙ୍କ ହଠାତ୍ ମୃତ୍ୟୁ ହେବାର ଏକ ଭିଡିଓ ସାମ୍ନାକୁ ଆସିଛି। 5 ମିନିଟ୍ 25 ସେକେଣ୍ଡ୍ ଭିଡିଓରେ, ଜଣେ HDFC କର୍ମଚାରୀ ତାଙ୍କ କାମ କରୁଥିବା ସମୟରେ ହଠାତ୍ ଖସିପଡି ମୃତ୍ୟୁ ବରଣ କରିଥିଲେ ।

 

ଖବର ମୁତାବକ, ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ ରାଜେଶ କୁମାର ସିନ୍ଦେ ନାମକ ଜଣେ ୩୦ ବର୍ଷୀୟ ଯୁବକ HDFC ବ୍ୟାଙ୍କର କାର୍ଯ୍ୟ କରୁଥିଲେ । ସବୁଦିନ ପରି ସେ ସେଦିନ ମଧ୍ୟ ଅଫିସ୍ ଯାଇଥିଲେ ଆଉ ନିଜ କାର୍ଯ୍ୟ କରୁଥିଲେ । ହେଲେ ଲାପଟପରେ କୌଣସି କାମ କରିବା ବେଳେ ସେ ହଠାତ୍ କାମ ଛାଡ଼ି ଚେୟାରରେ ମୁଣ୍ଡକୁ ଆଉଜି ଶୋଇ ଯାଇଥିଲେ । କିଛି ସମୟରେ ନିକଟରେ ଥିବା ସହକର୍ମଚାରୀମାନେ ତୁରନ୍ତ ତାଙ୍କୁ ପାଣି ଦେବା ସହ ଆରାମ ଦେବା ପାଇଁ ଏକ ସ୍ଥାନରେ ଶୁଆଇ ଦେଇଥିଲେ । କିଛି ସମୟ ପରେ ମଧ୍ୟ ସେ ଉଠିନଥିଲେ । ତେଣୁ ସାଥି କର୍ମଚାରୀ ସିପିଆର ଦେବା ସହିତ ସହିତ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁଇ ମିନିଟର ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସାଥି କର୍ମଚାରୀଙ୍କ ମୃତ୍ୟୁ ଦେଖି ବ୍ୟାଙ୍କର ଅନ୍ୟମାନେ ଦୁଃଖରେ ଭାଙ୍ଗିପଡିଛନ୍ତି । କିଛି ସମୟ ପୂର୍ବରୁ କଥାବାର୍ତ୍ତା ହେଉଥିବା ଲୋକ କେମିତି ଅକାଳରେ ଜୀବନ ହାରିଛି । ମୃତ ରାଜେଶ କୁମାର ହମିରପୁର ବିବାର ଥାନା ଅଞ୍ଚଳ କବୀରନଗରରେ ରହୁଥିଲେ । ହମିରପୁର ଜିଲ୍ଲାର ବିୱାର ଗାଁର ବାସିନ୍ଦା 30 ବର୍ଷୀୟ ରାଜେଶ କୁମାର ସିନ୍ଦେ ମହୋବା ମୁଖ୍ୟାଳୟରେ ସଞ୍ଚାଳିତ HDFC ବ୍ୟାଙ୍କରେ Agri Regional Manager ଭାବରେ କାର୍ଯ୍ୟ କରୁଥିଲେ।

Get real time updates directly on you device, subscribe now.