fbpx
BSKY SKY
BSKY SKY

ଓକାକ୍ ଠକେଇରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ, ଜାଣନ୍ତୁ କିପରି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବେଙ୍ଗଲୁରୁରୁ ମୁଖ୍ୟ ଅଭିଯୁକ୍ତକୁ ଧରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣ ନାଇଜେରିଆନ୍ ହୋଇଥିବା ବେଳେ ତାର ନାଁ ଅକ୍ୟୁଦୁରୀ ପାସ୍କେଲ ବୋଲି ଜଣାପଡିଛି । ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ଧରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଧରାପଡିବା ପରେ ବେଙ୍ଗଲୁରୁ ଯାଇଛି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଟିମ୍ । ଓକାକ୍ ଠକେଇର ଅଧିକ ଖୋଳତାଡ଼ ଓ ସଂପୃକ୍ତି ନେଇ ତଦନ୍ତ କରିବ । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ତେବେ ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ ହ୍ୟାକ୍ କରି ଠକେଇ ହୋଇଥିଲା । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲା । ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚିମେଲିନ୍ ଉମାନୁଏଲ ଆଦିୱେତାଲୁକୁ ପୂର୍ବରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଓକାକ ଠକେଇ ମାମଲାରେ ଚିମେଲିନର ସହଯୋଗୀ ସଂପୃକ୍ତ ଥିବା ସୂଚନା ମଧ୍ୟ ମିଳିଥିଲା ।

Get real time updates directly on you device, subscribe now.