fbpx
BSKY SKY
BSKY SKY

ରାତିରେ ଶୋଇବା ସମୟରେ ଝାଳ ବାହାରୁଥିଲେ ସାବଧାନ; ଦେଇଥାଏ ଏହିସବୁ ରୋଗର ସଂକେତ

BSKY

ଝାଳ ବାହାରିବା ଏକ ସାଧାରଣ କଥା । ଖାସ୍ କରି ବ୍ୟାୟାମ୍ କରିବା ସମୟରେ କିମ୍ବା ଖରା ଗରମ ଦିନରେ ଝାଳ ବାହାରିବା ସ୍ୱବାବିକ କଥା । କିନ୍ତୁ ଶୀତଦିନେ ଅଥବା ଏସି ରୁମରେ ଝାଳ ବାହାରିବା ବିପଦର ସଂକେତ ଦେଇଥାଏ । କିଛି ଲୋକଙ୍କୁ ଶୀତଦିନେ ରାତିରେ ଶୋଇବା ସମୟରେ ମଧ୍ୟ ଝାଳ ବାହାରି ଥାଏ । ଯାହାଫଳରେ ସେମାନେ ଭଲରେ ଶଓଇ ବି ପାରନ୍ତି ନାହିଁ । ତେବେ ଏପରି କିଛି ସମସ୍ୟା ଦେଖାଦେଉଥିଲେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ନଚେତ୍ ଏହା ପରବର୍ତ୍ତି ସମୟରେ ଆପଣଙ୍କୁ ବିପଦରେ ପକାଇପାରେ । ବର୍ତ୍ତମାନ ।ସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ ଝାଳ ବାହାରିବକ୍ରେଉଁ ରୋଗର ଲକ୍ଷଣକୁ ସୂଚାଉଛି ।

ଚିନ୍ତା ବୃଦ୍ଧି: ଚାକିରିରେ ଅସୁବିଧା, ପ୍ରେମ କିମ୍ବା ବନ୍ଧୁତ୍ୱରେ ବିଶ୍ୱାସଘାତକତା, ଅର୍ଥ ଅଭାବ, ପରୀକ୍ଷାରେ ବିଫଳତା କିମ୍ବା କୌଣସି ଗୁରୁତର ରୋଗ ଭଳି ଅନେକ କାରଣରୁ ବ୍ୟକ୍ତି ଚିନ୍ତାରେ ରହିଥାଏ । ଫଳରେ ରାତିରେ ଶୋଇବା ସମୟରେ ଏହି ସବୁ କଥା ଚିନ୍ତା କରିବା ଦ୍ୱାରା ଧାଳ ବାହାରିଥାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଚିନ୍ତା ଦୂର କରିବା ପାଇଁ କୌଣସି ପଦକ୍ଷେପ ନିଅନ୍ତି, ତେବେ ଆପଣ ଏହିପରି ସମସ୍ୟାରୁ ମୁକ୍ତି ପାଇବେ ।

ମଦ୍ୟପାନର ନିଶା:ଯେଉଁ ଲୋକମାନେ ଅତ୍ୟଧିକ ମଦ୍ୟପାନ କରନ୍ତି, ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥାଏ । ଦେଯଉଁଥିରୁ ଗୋଟିଏ ହେଉଛି ରାତିରେ ଶୋଇବା ସମୟରେ ଝାଳ ବାହାରିବା । ପ୍ରକୃତରେ ଏହି ଖରାପ ଅଭୟାସ କାରଣରୁ ହୃଦୟ ଜନିତ ସମସ୍ୟା ଦେଖାଦେଇଥାଏ । ଫଳରେ ରାତିରେ ଶୋଇବା ସମୟରେ ଝାଳ ବାହାରି ଥାଏ । ଯେଉଁଥିପାଇଁ ସ୍ନାୟୁତା ଦେଖାଯାଏ ଏବଂ ତା’ପରେ ପ୍ରଚୁର ଝାଳ ବାହାରିଥାଏ ।

ଲୋ ବ୍ଲଡସୁଗାର ଲେବଲ: ଯଦି ଆପଣଙ୍କ ରକ୍ତରେ ଚିନିର ମାତ୍ରା କମିଯାଏ, ତେବେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରିଥାଏ । ତେବେ ଏପରି ଅବସ୍ଥାକୁ ହାଇପୋଗ୍ଲାଇକେମିଆ କୁହାଯାଏ ।ଯେତେବେଳେ ରାତିରେ ଗ୍ଲୁକୋଜ୍ ସ୍ତର କମିବା ଦ୍ୱାରା ଆଡ୍ରେନାଲିନ୍ ହରମୋନ୍ ରିଳିଜ ହୁଏ , ସେହି ସମୟରେ ଝାଳଗ୍ରନ୍ଥି ସକ୍ରିୟ ହୋଇଯାଏ । ଫଳରେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରି ଥାଏ ।

ଔଷଧ ସେବନ: କେତେକ ବିଶେଷ ଔଷଧ ଖାଇବା ଦ୍ୱାରା ରାତିରେ ଝାଳ ବାହାରିବା ସମସ୍ୟା ହୋଇପାରେ । ବିଶେଷକରି ନିୟମିତ ଭାବରେ ପେନକ୍ଲିୟର ମେଡିସିନ୍ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ତୁମେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

Get real time updates directly on you device, subscribe now.