fbpx

ଅଧିକ ଲୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ; ଅଭ୍ୟାସ ନବଦଳାଇଲେ ହେବ ଏପରି ସମସ୍ୟା

ଆମେ ଯେଉଁ ଖାଦ୍ୟ ଖାଇଥାଉ ସମସ୍ତ ଖାଦ୍ୟରେ ଲୁଣ ଏକ ଜରୁରୀ ଉପାଦାନ ହୋଇଥାଏ । ଲୁଣ ବିନା, ଆମେ ମସଲାଯୁକ୍ତ ଏବଂ ଚଟପଟା ଖାଦ୍ୟ ଖାଇବା କଥା କଳ୍ପନା ମଧ୍ୟ କରିପାରୁନି । କିଛି ଲୋକ କମ୍ ଖାଇବାକୁ ପସନ୍ଦ କରନ୍ତି ଏବଂ କିଛି ଲୋକ ଖାଦ୍ୟରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଲୁଣ ଅତ୍ୟଧିକ ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ହୋଇପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ମଧ୍ୟ ପହଞ୍ଚିଥାଏ । ଯଦି ଆପଣ ମଧ୍ୟ ଅଧିକ ଲୁଣ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ଅଧିକ ଲୁଣ ସହିତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ହୋଇପାରେ, ଯାହା ମାରାତ୍ମକ ହୋଇପାରେ ।

ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ପ୍ରାୟ ୨୪୦୦ ମିଲିଗ୍ରାମ ପର୍ଯ୍ୟନ୍ତ ଲୁଣ ଖାଇବା ଉଚିତ୍ । ଯଦି ଆପଣ ଏହାଠାରୁ ଅଧିକ ଲୁଣ ଖାଆନ୍ତି, ଏହା କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଆପଣ ହୁଏତ ଅଧିକ ଲୁଣ ଖାଇବାର ପ୍ରଭାବକୁ ଆରମ୍ଭରେ ଦୃଷ୍ଟି ନଦେଇ ପାରନ୍ତି । କିନ୍ତୁ ଭବିଷ୍ୟତରେ, ଯେତେବେଳେ ଆପଣଙ୍କ ଶରୀରରେ ଲୁଣ ଅଧିକ ଜମା ହୋଇଯାଏ, ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଲୁଣର ଅତ୍ୟଧିକ ବ୍ୟବହାର ହେତୁ ଆପଣ କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବେ ତାହା ଜାଣି ରଖନ୍ତୁ ।

ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କ ରକ୍ତଭଣ୍ଡାର ଉପରେ ଚାପ ପଡ଼ିିଥାଏ, ଯେଉଁ କାରଣରୁ ରକ୍ତଚାପ ବଢିିପାରେ ଏବଂ ଏହା ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହୃଦଘାତର କାରଣ ହୋଇପାରେ । କିନ୍ତୁ କମ୍ ଲୁଣ ଖାଉଥିବା ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଏ ନାହିଁ ।

ଯଦି ଆପଣ ବହୁତ ଦିନରୁ ଅଧିକ ଲୁଣ ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁୁ । କାରଣ ଏହା ଆପଣଙ୍କ କିଡନୀକୁ ନଷ୍ଟ କରିପାରେ । ଆପଣ ଏପରି ଏକ ସମସ୍ୟାର ସାମ୍ନା କରିପାରନ୍ତି ଯେଉଁଥିରେ କିଡନୀ କାମ କରିବାର କ୍ଷମତା ହରାଇଥାଏ ।

ଖାଦ୍ୟରେ ସୋଡିୟମ୍ ଅଧିକ ହେଲେ ହାଡରେ କ୍ୟାଲସିୟମ୍ ଅଭାବ ହୋଇପାରେ । ଯଦି ଆପଣ ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କ ଶରୀରରୁ କମ୍ କ୍ୟାଲସିୟମ୍ ବାହାର ହୋଇଥାଏ । ଏହି କାରଣରୁ ହାଡ ଦୁର୍ବଳ ହୋଇଯାଏ ଏବଂ ଅଷ୍ଟିଓପୋରୋସିସ୍ ନାମକ ଏକ ସମସ୍ୟା ଆରମ୍ଭ ହେବାକୁ ଲାଗିଥାଏ ।

ଭାରତୀୟ ଖାଦ୍ୟରେ ଲୁଣ ଭରପୂର ରହିଥାଏ । ଅନେକ ଲୋକ ସେମାନଙ୍କର ନିୟମିତ ଜଳଖିଆ ଏବଂ ଏପରିକି ଚା’ରେ ଅଧିକ ଲୁଣ ମିଶାଇବାକୁ ପସନ୍ଦ କରନ୍ତି । ଆପଣ ଉପରୋକ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ତେଣୁ ସଚେତନ ହେବା ଏବଂ ସତର୍କ ରହିବା ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଆପଣ ଜାଣି ନାହାଁନ୍ତି କେଉଁ ସମୟରେ ଅବହେଳା ପାଇଁ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ । ଆପଣଙ୍କ ଖାଦ୍ୟରେ ଲୁଣ ସମ୍ବନ୍ଧୀୟ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ହେବ ।

Get real time updates directly on you device, subscribe now.