fbpx

ଗଣତନ୍ତ୍ର ଦିବସ ସମାରୋହ ସମୟରେ ବଡ଼ ଦୁର୍ଘଟଣା: ପାଇପରେ କରେଣ୍ଟ ଯୋଗୁଁ ଜଳିଲେ ୪ ଶିଶୁ, ଜଣେ ମୃତ

ନୂଆଦିଲ୍ଲୀ: ବିହାରର ବକ୍ସରରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କରେଣ୍ଟ ଲାଗିବାରୁ ୪ ଶିଶୁ ଗୁରୁତର ଭାବେ ଜଳିଯାଇଛନ୍ତି । ଏହି ଘଟଣା ବକ୍ସର ଜିଲ୍ଲାର ଇଟାଡି ବ୍ଲକର ନାତପୁର ପ୍ରାଥମିକ ସ୍କୁଲରେ ଘଟିଛି । ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । ସମସ୍ତ ଶିଶୁଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଚାଲିଛି ।

ଏହି ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଏକ ହଙ୍ଗାମା ଆରମ୍ଭ କରିଥିଲେ । ଉତ୍ତେଜନା ସମ୍ପର୍କରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁୁ ଚେଷ୍ଟା କରୁଛି ।

ମିଳିଥିବା ସୂଚନା ଅନୁସାରେ, ପତାକା ଉତ୍ତୋଳନ କରୁଥିବା ସମୟରେ ପାଇପଟି ହଠାତ୍ ନିକଟରେ ଥିବା ୧୧ ହଜାର ଭୋଲ୍ଟ ଇଲେକ୍ଟ୍ରିକ୍ ତାର ଉପରେ ପଡ଼ିଯାଇଥିଲା, ଯେଉଁ କାରଣରୁ ପାଇପରେ କରେଣ୍ଟ ଥିଲା । ପାଇପ୍ ସଂସ୍ପର୍ଶରେ ଆସିବା ପରେ ୪ ଜଣ ପିଲା ଜଳି ଯାଇଥିଲେ । ଏହି ଘଟଣାରେ ଶୁଭମ୍ କୁମାର, ପରମେଶ୍ୱର, କୃଷ୍ଣ ଏବଂ ଇନ୍ଦ୍ରଜିତଙ୍କୁ କରେଣ୍ଟ ଲାଗିଥିଲା । ସେମାନେ ତୁରନ୍ତ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ପଞ୍ଚମ ଶ୍ରେଣୀର ଛାତ୍ର ଶୁଭମଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.