fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଦଳିଛି ସାଧାରଣ ବଜେଟର ୫ଟି ପରମ୍ପରା: କୁହନ୍ତୁ ଏହାଦ୍ୱାରା ଦେଶର ଲାଭ ହୋଇଛି କି କ୍ଷତି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ପରମ୍ପରାକୁ ପରିବର୍ତ୍ତନ କରିଦେଇଥିବା ବେଳେ ବଜେଟରେ ମଧ୍ୟ ପରିବର୍ତ୍ତନ କରିଥିଲେ । ଆସନ୍ତୁ ଜାଣିବା ଏପରି ୫ଟି ପରିବର୍ତ୍ତନ:-

୧- ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଗତ ୨୦୧୭ରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଭାବେ ସାଧାରଣ ବଜେଟ୍ ଆଗତ କରିଥିଲେ । ସେ ସମୟରେ ବଜେଟ ଉପସ୍ଥାପିତ ତାରିଖ ବଦଳି ଯାଇଥିଲା । ଇଂରେଜଙ୍କ ଅମଳରୁ ଫେବୃଆରୀ ମାସର ଅନ୍ତିମ ଦିବସରେ ଏହା ଆଗତ କରାଯାଉଥିବା ବେଳେ ମାସ ପହିଲାକୁ ପରିବର୍ତ୍ତନ କରାଯାଇଥିଲା ।

୨- ଗତ ୨୦୧୬ରେ ଅର୍ଥମନ୍ତ୍ରୀ ଜେଟଲୀ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଉପସ୍ଥାପନ କରିଥିଲେ । ଏହା ପୂର୍ବରୁ ୧୯୨୪ରୁ ସର୍ବଦା ରେଳ ଓ ସାଧାରଣ ବଜେଟ ପୃଥକ୍ ଭାବେ ଉପସ୍ଥାପିତ ହେଉଥିଲା ।

୩- ସ୍ୱାଧୀନତା ପରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆରସିକେଏସ ଚେଟ୍ଟି ୧୯୪୭ରେ ଚମଡ଼ାର ଏକ ବ୍ରିଫକେସରେ ସମସ୍ତ ଦସ୍ତାବିଜ୍ ନେଇ ସଂସଦକୁ ଆସିଥିଲେ । ମାତ୍ର ଗତ ୨୦୧୯ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଲାଲ କପଡ଼ା ବ୍ୟାଗରେ ବଜେଟ ଦସ୍ତାବିଜ୍ ନେଇ ସଂସଦ ଭବନରେ ପହଞ୍ଚିଥିଲେ ।

୪- ଗତ ୨୦୨୧ରେ ଦେଶରେ କୋଭିଡ୍ ଜାରି ରହିଥିବାରୁ ସାଧାରଣ ବଜେଟ୍ ‘ଡିଜିଟାଲ ଇଣ୍ଡିଆ’ର ମିସାଲ ବନିଯାଇଥିଲା । କୋଭିଡ୍ ପ୍ରୋଟୋକଲକୁ ପାଳନ କରି ସାଧାରଣ ବଜେଟ୍ ପ୍ରିଣ୍ଟ କରାଯାଇନଥିଲା ।

୫- ଗତ ୨୦୧୫ରେ ମୋଦୀ ସରକାର ଯୋଜନା ଆୟୋଗଙ୍କୁ ଖତମ କରିବା ସହ ପାଞ୍ଚବର୍ଷିଆ ଯୋଜନା ବିଲୃପ୍ତ କରିଦେଇଥିଲେ । ଦେଶର ଅନ୍ତିମ ପଞ୍ଚବାର୍ଷିକ ଯୋଜନା ୨୦୧୨ରୁ ୨୦୧୭ ମଧ୍ୟରେ ରହିଥିଲା ।

Get real time updates directly on you device, subscribe now.