fbpx

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ: ଏମିତି ଉଠାଇ ପାରିବେ ଫାଇଦା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ସ୍ବାସ୍ଥ୍ୟସେବାରେ ଯୋଡି ହୋଇଛି ବୋଟ ଆମ୍ବୁଲାନ୍ସ । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ । ୭୩ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ବିଏସଏଫ, ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ସ୍ବାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ ଜିଲ୍ଲାରେ ୬ଟି ପଞ୍ଚାୟତର ୧୫୧ ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଜୋଡାଆମ୍ବ ଠାରେ ଗୋଟିଏ ମାତ୍ର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଚିତ୍ରକୁଣ୍ଡା ଜଳଭଣ୍ଡାରରେ ପାଣି ଘେରରେ ଥିବା ସମସ୍ତ ଗ୍ରାମବାସୀ ନିର୍ଭର କରନ୍ତି । ଗାଁର ରୋଗୀ ପାଣି ଘେର ପାର କରି ହସ୍ପିଟାଲ ପହଞ୍ଚିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବେଳେ ଦେଖିବାପାଇଁ ମିଳିଛି ଦେଶୀ ଡଙ୍ଗାରେ ରୋଗି ହସ୍ପିଟାଲ ଆସିବା ସମୟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ଓଲଡି ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ।

ସ୍ବାଭିମାନ ଅଞ୍ଚଳର ଉନ୍ନତ୍ତି ପାଇଁ ଗୁରୁପ୍ରିୟା ସେତୁ ହେବା ପରେ ସେ ଅଞ୍ଚଳରୁ ମାଓବାଦୀମାନଙ୍କୁ ମୂଳପୋଛ କରିବା ପାଇଁ ବିଏସଏଫ ଯବାନ ମାନଙ୍କୁ ନିୟୋଜିତ କରାଜାଇଛି । ସ୍ବାଭିମାନ ଅଞ୍ଚଳରେ ବର୍ତ୍ତମାନ ସୁଧା ଚାରୋଟି ବିଏସଏଫ କ୍ୟାମ୍ପ କରାଯାଇଛି । ଯବାନ ମାନେ ନିୟୋଜିତ ହବାପରେ ଅଞ୍ଚଳବାସୀ ହସ୍ପିଟାଲ ଯିବାପାଇଁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ବିଏସଏଫ କମାଣ୍ଡେଣ୍ଟ ଗତ ୨୦ ତାରିଖରେ ସ୍ବାଭିମାନ ଅଞ୍ଚଳର ଅଞ୍ଚଳବାସୀଙ୍କ ପାଇଁ ଏକ ବୋଟ ଆମ୍ବୁଲାନ୍ସ ସାଧାରଣତନ୍ତ୍ର ଦିବସରେ ଲୋକାର୍ପଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.