fbpx

(Video) ୪୨ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଉଠିଲା…

ନୂଆଦିଲ୍ଲୀ: ଚୀନର ଚାଙ୍ଗଶା ସହରରେ ୪୨ ମହଲା ବିଶିଷ୍ଟ ବିଲ୍ଡିଂରେ ଆଜି ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ କାହାର ମୃତାହତ ଘବର ସାମ୍ନାକୁ ଆସିନାହିଁ । ଘଟଣାସ୍ଥଳରୁ ଅଧିକ ମାତ୍ରାରେ ଧୂଆଁ ବାହାରିବା ସହ ଅନେକ ମହଲା ଜଳିଯାଇଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ରିପୋର୍ଟରେ କୁହାଯାଇଛି କି, ନିଆଁ ଯୋଗୁଁ ଉଚ୍ଚତମ ଫ୍ଲୋରଗୁଡ଼ିକ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ବିଲ୍ଡିଂରେ ରାଜ୍ୟର ସ୍ୱାମିତ୍ୱ ଥିବା ଦୁରସଞ୍ଚାର କମ୍ପାନୀ ଚାଇନା ଟେଲିକମର ଅଫିସ ମଧ୍ୟ ଥିଲା । ଏବେ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ହୁନାନର ଅଗ୍ନିଶମ ବାହିନୀ କହିଛି କି, ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି କି ୪୨ ମହଲା ବିଲ୍ଡିଂର ବାହାରେ ନିଆଁ ଲାଗିଛି । ବର୍ତ୍ତମାନ ସୁଦ୍ଧ ନିଆଁକୁ ଆୟତ୍ତ କରାଯାଇଛି ଓ ଏଥିରେ କେହି ମୃତାହତ ନାହାନ୍ତି ।

Get real time updates directly on you device, subscribe now.