fbpx

ବୈବାହିକ ବଳାତ୍କାର ଅପରାଧିକରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବୈବାହିକ ବଳାତ୍କାର ସମ୍ପର୍କିତ ଏକ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି। ବାସ୍ତବରେ ବୈବାହିକ ବଳାତ୍କାରକୁ ଅପରାଧିକ କାର୍ଯ୍ୟକଳାପ ବୋଲି ଘୋଷଣା କରିଥିବା ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ ନିଷ୍ପତ୍ତି ଦେଇନାହାଁନ୍ତି। ବୈବାହିକ ବଳାତ୍କାରକୁ ଅପରାଧିକରଣ କରିବା ପାଇଁ ଦୁଇ ଜଣିଆ ଖଣ୍ଡପୀଠ ଏହାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା।

ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ବି.ଭି ନାଗରାଜନଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ସହମତ ହୋଇଥିଲେ ଏବଂ ବର୍ତ୍ତମାନ ଫେବୃଆରୀ ୨୦୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବୈବାହିକ ବଳାତ୍କାର ଅପରାଧିକ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଖଣ୍ଡନ ଆଦେଶ ପରେ ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ମହିଳା ଆସୋସିଏସନ୍ (AIDWA) ଏବଂ ଅନ୍ୟମାନେ ଏହି ମାମଲାର ଫଇସଲା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଜଷ୍ଟିସ ଶେଖର ତାଙ୍କ ମତରେ କହିଛନ୍ତି ଯେ ଏହା ମହିଳାଙ୍କ ସହମତି ଅଧିକାରକୁ ଉଲ୍ଲଂଘନ କରୁଥିବାରୁ ବୈବାହିକ ବଳାତ୍କାର ବ୍ୟତିକ୍ରମକୁ ଖଣ୍ଡନ କରାଯାଇପାରେ। ଅନ୍ୟପକ୍ଷରେ, ଜଷ୍ଟିସ ହରିଶଙ୍କର ମତ ଦେଇଛନ୍ତି ଯେ, ଆଇନର ପରିବର୍ତ୍ତନ ବୈବାହିକ ସମ୍ପର୍କକୁ ପ୍ରଭାବିତ କରିପାରେ। ଯାହାଦ୍ୱାରା ଏହି ମାମଲାର କୌଣସି ସ୍ପଷ୍ଟ ନିଷ୍ପତ୍ତି ବାହାରିପାରି ନଥିଲା । ଏହା ପରେ ହାଇକୋର୍ଟ ଆବେଦନକାରୀ ସୁପ୍ରିମକୋର୍ଟ ଯିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପକ୍ଷେ, ୨୦୧୭ରେ ହାଇକୋର୍ଟଙ୍କ ନିକଟରେ ଦେଇଥିବା ଆଫିଡେଭିଟରେ କେନ୍ଦ୍ର କହିଛି ଯେ ଏହି ପ୍ରସଙ୍ଗଟି ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ। ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ସଂକ୍ଷିପ୍ତ ଶୁଣାଣି ସମୟରେ ଆଡଭୋକେଟ୍ କରୁଣାନନ୍ଦି ବେଞ୍ଚକୁ ସୂଚନା ଦେଇଛନ୍ତି ଯେ ୨୦୧୫-୨୨ ପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ରହିଆସିଥିଲେ ମଧ୍ୟ କେନ୍ଦ୍ର ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଆଭିମୁଖ୍ୟ ଗ୍ରହଣ କରି ନାହିଁ। “ସାରା ଦେଶରେ ଅପରାଧିକ ଆଇନ ସଂଶୋଧନ ସମ୍ପର୍କରେ ପରାମର୍ଶ ହେବା ଆବଶ୍ୟକ ବୋଲି ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ୧୨ ମେରେ ବୈବାହିକ ବଳାତ୍କାର ଏକ ଅପରାଧିକ ମାମଲା ନେଇ କୌଣସି ସ୍ପଷ୍ଟ ରାୟ ଶୁଣାଇନଥିଲେ। ଯାହାଫଳରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା | ତେବେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିବା ବେଳେ, ଏହି ମାମଲାର ନିଷ୍ପତ୍ତି ବିବାହିତା ମହିଳାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ମହିଳା ଆସୋସିଏସନ୍ ଆସ ରଖିଛି |

Get real time updates directly on you device, subscribe now.