fbpx

AAP Vs BJP:ଏବେ ରାଜଧାନୀରେ ଅଳିଆକୁ ନେଇ ଦୁଇ ଦଳ ମୁହାଁ ମୁହିଁ

 ନୂଆଦିଲ୍ଲୀ: ଦିଲ୍ଲୀକୁ ଆବର୍ଜନାର ପାହାଡ କରିବାକୁ ସୁଚିନ୍ତିତ ଭାବେ ଯୋଜନା କରାଯାଉଛି । ଏଭଳି ଅଭିଯୋଗ ଆଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୁଣି ଥରେ ବିଜେପି-ଆପ ମଧ୍ୟରେ ବଢିଲା ତକ୍ତତା । ଅଳିଆ ଆର୍ବଜନାକୁ ନେଇ ଆପକୁ ଘେରିଛି ବିଜେପି । ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ମ୍ୟୁନିସିପାଲିଟି କର୍ପୋରେସନ ଦିଲ୍ଲୀରେ ୧୬ ଟି ନୂଆ ଲ୍ୟାଣ୍ଡଫିଲ୍ ସାଇଟ୍ ନିର୍ମାଣ କରିବାକୁ ଯାଉଛି । ଏହାପୁର୍ବରୁ ଗୁରୁବାର ଦିନ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି, ଯେ ଅଳିଆ ସଫା କରିବା ପରିବର୍ତେ ମ୍ୟୁନିସିପାଲିଟି କର୍ପୋରେସନ୍ ୧୬ଟି ନୂତନ ଲ୍ୟାଣ୍ଡଫିଲ୍ ସ୍ଥାନ ନିର୍ମାଣ କରିବାକୁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତିଯେ ପୂର୍ବରୁ ରହିଥିବା ତିନିଟି ଲ୍ୟାଣ୍ଡଡଫିଲ୍ ସାଇଟ ନିକଟରେ ରହୁଥିବା ଲୋକମାନେ ବର୍ତ୍ତମାନ ସୁଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାମୁତାବକ,ଏବେ ଆହୁରି ୧୬ ଟି ଲ୍ୟାଣ୍ଡଫଲ କରି ଜନସାଧାରଣଙ୍କୁ ନର୍କରେ ପକାଇବା ଭଳି କାର୍ଯ୍ୟ କର।ଯାଉଛି । ତେବେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା କହିଛନ୍ତି ଯେ ଆମେ ଏହି ଆବର୍ଜନାର ପ।ହାଡକୁ ଉଠାଇବା ପାଇଁ କଠିନ ବର୍ଜବସ୍ତୁ ପରିଚାଳନା ପାଇଁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ ଏହା କରିବା ପରିବର୍ତ୍ତେ ଏଠାରେ ଆହୁରି ଲ୍ୟାଣ୍ଡଫିଲ୍ ତିଆରି କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଯଦି ଲ୍ୟାଣ୍ଡଫିଲ ତିଆରି କରାଯାଏ ତେବେ ଦିନ ଆସିବ ଦେଶର ରାଜଧାନୀ ଆର୍ବଜନା ସହରରେ ପରିବର୍ତନ ହୋଇଯିବ । ଚାରିଆଡ ଖାଲି ଧୂଆଁଧୂଆଁ ଦେଖାଯାଉଥିବ । ଲୋକମାନେ ଶାନ୍ତିରେ ନିଶ୍ୱାସ ନେବା କଷ୍ଟକର ହୋଇିଯିବ । ଚାରିଆଡେଦୁର୍ଗନ୍ଧମୟ ହେବ । ବିଜେପି ରାଜଧାନୀ ବାସିନ୍ଦାଙ୍କ ଜୀବନକୁ ନର୍କରେ ପକାଇବା ସହ ରାଜଧାନୀ ଦିଲ୍ଲୀକୁ ଆର୍ବଜନାର ପାହାଡରେ ପରିବର୍ତନ କରିବାକୁ ପ୍ରୟାସ କରୁଛି ବୋଲି ଅଭିଯୋଗ ଆଣିଛି ଆପ ।

ତେବେ ଆସନ୍ତୁ ଜାଣିବା ଲ୍ୟାଣ୍ଡଫିଲ୍ କଣ?
ଲ୍ୟାଣ୍ଡଫିଲ ସାଇଟ କହିଲେ ଯେଉଁ ଜାଗାରେ ସହରର ସମସ୍ତ ଅଳିଆ ଆବର୍ଜନା ଗଦା କର।ଯାଏ। ତେବେ ଦିଲ୍ଲୀରେ ପୂର୍ବରୁ ତିନୋଟି ସ୍ଥାନ ଚହଲା, ଗାଜିୁର ଏବଂ ଭାଲସ୍ୱା ଠାରେ ଲ୍ୟାଣ୍ଡଫିଲ ରହିଛି।

Get real time updates directly on you device, subscribe now.