fbpx

ଏଣିକି ମହିଳାଙ୍କୁ ମିଳିବ କନଫର୍ମ ସିଟ୍: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ଏଣିକି ମହିଳାଙ୍କୁ ସିଟ୍ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିଳାଙ୍କୁ ଧ୍ୟାନରେ ରଖି ବଡ଼ ଘୋଷଣା କରିଛନ୍ତି । ନୂଆ ଘୋଷଣା ଅନୁସାରେ, ବସ ଓ ମେଟ୍ରୋ ଟ୍ରେନ୍ ପରି ଭାରତୀୟ ରେଲୱେ ମଧ୍ୟ ମହିଳାଙ୍କ ପାଇଁ ସିଟ୍ ରିଜର୍ଭେସନ କରିବ ।

ରେଲୱେ ପକ୍ଷରୁ ଏବେ ଦୂର ଯାତ୍ରା କରୁଥିବା ଟ୍ରେନରେ ମହିଳାଙ୍କ ପାଇଁ ସିଟ୍ ରିଜର୍ଭେସନ କରାଯାଉଛି । ଏହା ବ୍ୟତୀତ ମହିଳାଙ୍କ ସୁରକ୍ଷା ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଟ୍ରେନରେ ମହିଳାଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ରିଜର୍ଭ ବର୍ଥ ନିର୍ଦ୍ଧାରିତ କରିବା ସହ ଅନେକ ସୁବିଧା ଆରମ୍ଭ କରିଛନ୍ତି ।

ଏହା ସହ ରେଳମନ୍ତ୍ରୀ କହିଛନ୍ତି ଯେ, ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ମହିଳାଙ୍କ ପାଇଁ ସ୍ଲିପର କ୍ଲାସରେ ୬ ଟି ବର୍ଥ ସଂରକ୍ଷିତ ରହିବ । ରାଜଧାନୀ ଏକ୍ସପ୍ରେସ, ଗରିବ ରଥ ଏବଂ ଦୁରନ୍ତୋ ସମେତ ସମ୍ପୂର୍ଣ୍ଣ ବାତାନୁକୂଳିତ ଏକ୍ସପ୍ରେସ ଟ୍ରେନର ଥାର୍ଡ ଏସିରେ ୬ ଟି ବର୍ଥ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

 

Get real time updates directly on you device, subscribe now.