fbpx

ଘରେ ବସି ତିଆରି କରନ୍ତୁ ରାସନ କାର୍ଡ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣଙ୍କ ପାଖରେ ଅନେକ ପ୍ରକାରର ସରକାରୀ ଓ ବେସରକାରୀ ଦସ୍ତାବିଜ ରହିଥିବ ନିଶ୍ଚୟ । ଏଥିମଧ୍ୟରୁ ଗୋଟିଏ ଦସ୍ତାବିଜ ହେଉଛି ରାସନ କାର୍ଡ । ଏହି କାର୍ଡକୁ ବିଭିନ୍ନ ରାଜ୍ୟର ସରକାର ନିଜ ରାଜ୍ୟ ପାଇଁ ଜାରି କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ରାସନ କାର୍ଡ ହେଉଛି ଏକ ଜରୁରୀ ଡକ୍ୟୁମେଣ୍ଟ୍ । କାରଣ ଏହା ଜରିଆରେ ସରକାରଙ୍କ ପକ୍ଷରୁ ଆର୍ଥିକ ସ୍ତରରେ ଦୁର୍ବଳ ଲୋକଙ୍କୁ ରାସନ ଯୋଗାଇଥାନ୍ତି । ଆମ ଦେଶରେ ଅଧିକ ସଂଖ୍ୟାରେ ଗରିବ ଲୋକଥିବାରୁ ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇବା ପାଈଁ ଏହି କାର୍ଡ ଜାରି କରାଯାଇଛି ।

ହେଲେ ଆମ ଦେଶରେ ସବୁ ଗରିବ ଲୋକଙ୍କ ପାଖରେ ରାସନ କାର୍ଡ ଉପଲବ୍ଧ ନାହିଁ । ଏହିକଥାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ । ତେବେ ମାସକୁ ମାସ ରାସନ ପାଇବା ପାଇଁ ପ୍ରତିଟି ଗରିବ ଲୋକ ରାସନ କାର୍ଡ କରିବାକୁ ଚାହୁଁଛନ୍ତି । ହେଲେ କେଉଁ ଉପାୟରେ ଓ ସହଜରେ ରାସନ କାର୍ଡ କରିପାରିବେ ସେ କଥା ଅନେକ ଜଣ ଜାଣିନାହାନ୍ତି । ତେଣୁ ଆଜି ଏହି ଖବର ଜରିଆରେ ଆମେ କହିବୁ ଯେ, ଆପଣ ଘରେ ବସି କିପରି ରାସନ କାର୍ଡ ପାଇଁ ସହଜରେ ଆବେଦନ କରିପାରିବେ ।

ଏପରି କରନ୍ତୁ ଆବେଦନ:

୧. ଅନଲାଇନ ମାଧ୍ୟମରେ ରାସନ କାର୍ଡ ପାଇବାକୁ ଚାହୁଁଥିଲେ ଆପଣ ପ୍ରଥମେ ନିଜ ରାଜ୍ୟର ଫୁଡ୍ ପୋର୍ଟାଲକୁ ଯିବେ । ସେଠାକୁ ଯାଇ ରାସନ କାର୍ଡ ଫର୍ମ ଡାଉନଲୋଡ୍ କରିବାକୁ ହେବ । ଏହା ସହିତ ଆପର ନିଜର ଆଧାର କାର୍ଡ, ଭୋଟର୍ ଆଇଟି କାର୍ଡ, ଆବେଦକଙ୍କ ଫଟୋ, ବ୍ୟାଙ୍କ ଖାତା ତଥ୍ୟ ଇତ୍ୟାଦିର ଦସ୍ତାବିଜ ଦେବାକୁ ପଡ଼ିବ ।

୨. ଏହା ସହିତ ଆପଣଙ୍କୁ ୫ରୁ ୪୫ ଟଙ୍କା ଜମା କରିବାକୁ ହେବ । ଯେତେବେଳେ ଆପଣ ନିଜର ଫର୍ମ ଭରି ସବମିଟ୍ କରିବେ, ତାପରେ ତାକୁ ଫିଲ୍ଡ ଭେରିଫିକେସନ୍ ପାଇଁ ପଠାଇ ଦିଆଯିବ । ଆଉ ଏଥିରେ ଆପଣଙ୍କ ଫର୍ମର ତଥ୍ୟ ଯାଞ୍ଚ କରାଯିବ ଓ ସବୁକିଛି ଠିକ୍ ଥିଲେ ଆବେଦକଙ୍କ ନାମ ୩୦ ଦିନ ଭିତରେ ଜାରି କରାଯିବ ।

୩. ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ ହିଁ ରାସନ କାର୍ଡ କରିପାରିବେ ।

୪. ଜଣେ ବ୍ୟକ୍ତିଙ୍କ ପାଖରେ ଗୋଟିଏ ରାଜ୍ୟର ରାସନ କାର୍ଡ ରହିପାରିବ ।

 

Get real time updates directly on you device, subscribe now.