୧୮ ଏପ୍ରିଲରେ ମାଳବ୍ୟ ରାଜଯୋଗ, ୫ରାଶିର ଲୋକ ହେବେ ମାଲାମାଲ !

୧୮ ଏପ୍ରିଲ ଅର୍ଥାତ କାଲି ମାଳବ୍ୟ ରାଜଯୋଗ । ଏହି ଦିନ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ ମେଷ, ମିଥୁନ, ସିଂହ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ। କିପରି ଶୁଭଫଳ ମିଳିବ ଆସନ୍ତୁ ଜାଣିବା…

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଆର୍ଥିକ ଲାଭ ଆଣିଦେବ । ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିପାରିବେ । ଆପଣ ସ୍ଥିର କରିଥିବା ଲକ୍ଷ୍ୟ ପୂରଣ କରିବେ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ରୋଜଗାରର ରାସ୍ତା ଖୋଲିବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ଅନ୍ୟମାନଙ୍କ ସାହାଯ୍ୟ ଆପଣ ପାଇବେ । କର୍ମକ୍ଷେତ୍ରରେ ଦିନଟି ଆପଣଙ୍କ ପାଇଁ ଅନୁକୂଳ । ସହକର୍ମୀଙ୍କ ସହିତ ସମନ୍ୱୟ ରଖିବାରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମଧ୍ୟ ମିଳିପାରେ। ଉଚ୍ଚ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ ।

ମିଥୁନ ରାଶି

ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣ ପାଇବେ । ଶୁକ୍ରବାର ଆପଣଙ୍କ ପାଇଁ ଏକ ଶୁଭଦିନ । ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣ କାର୍ଯ୍ୟ ହାସଲ କରିପାରିବେ । ବ୍ୟବସାୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବାକୁ ଆପଣଙ୍କ ପ୍ରୟାସ ସଫଳ ହେବ । ସରକାରୀ କାର୍ଯ୍ୟ ସହ ଜଡିତ ଥିଲେ ଦିନଟି ଅଧିକ ଲାଭଦାୟକ । କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ବିଷୟରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲୋଚନା କରିପାରନ୍ତି । ପଦୋନ୍ନତିର ସମ୍ଭାବନା ରହିଛି। ଦୀର୍ଘ ଦିନ ଧରି କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ତାହା ଫେରସ୍ତ ମିଳିପାରେ । ବ୍ୟବସାୟରେ ଆପଣଙ୍କ ଯୋଜନା ଫଳପ୍ରଦ ହେବ । ପାରିବାରିକ ପରିବେଶ ସୁଖଦ ରହିବ। ବୈବାହିକ ଜୀବନ ଖୁସି ପାଇବେ । ପ୍ରେମ ଜୀବନରେ ମଧୁରତା ଭରିଯିବ ।

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିପାରେ। ପୂର୍ବରୁ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଥିଲେ ଫଳାଫଳ ଆପଣଙ୍କ ସପକ୍ଷରେ ଆସିପାରେ । ସ୍ଥାବର ସମ୍ପତ୍ତିରୁ ମଧ୍ୟ ଲାଭ ପାଇପାରନ୍ତି । ବିଦେଶ ସହ ଜଡିତ କାମରେ ଅଧିକ ଲାଭ ମିଳିପାରେ। ଅନେକ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଭବିଷ୍ୟତରେ ଲାଭ ପାଇବେ । ପୁରୁଣା ଋଣ ପରିଶୋଧ କରିବାକୁ ଆପଣ ସକ୍ଷମ ହେବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ସହକର୍ମୀମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଜୀବନସାଥୀଙ୍କ ସହିତ ସମ୍ପର୍କରେ ଉତ୍ତମ ସମନ୍ୱୟ ରହିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ । କୌଣସି ପୁରୁଣା ରୋଗ ଥିଲେ ସେଥିରୁ ଧିରେ ଧିରେ ଆରାମ ଅନୁଭବ କରିବେ ।

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ହସ ଖୁସିରେ ପରିପୂର୍ଣ୍ଣ ହେବ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ପୂର୍ବରୁ ପଡ଼ି ରହିଥିବା କାମ ଗୁଡିକୁ ଶେଷ କରିବେ । ବ୍ୟବସାୟରେ ନୂତନ ଚୁକ୍ତିନାମା ମିଳିପାରେ । ପରିଶ୍ରମର ଉପଯୁକ୍ତ ଫଳାଫଳ ଆପଣ ପାଇବେ । ଆପଣଙ୍କ ରାସ୍ତାରେ ଥିବା କଣ୍ଟାଗୁଡ଼ିକୁ ନିଜେ ଦୂର କରିବାରେ ସଫଳ ହେବେ । କଳା, ଫ୍ୟାଶନ୍, ମିଡିଆ ଇତ୍ୟାଦି ସହିତ ଜଡିତ ଥିଲେ ବଡ଼ ସଫଳତା ମିଳିପାରେ । ଆୟର ଅତିରିକ୍ତ ଉତ୍ସ ଆପଣଙ୍କୁ ମିଳିବ । ଦୀର୍ଘକାଳୀନ ନିବେଶରୁ ଅଧିକ ଲାଭଦାୟକ ଫଳାଫଳ ମିଳିବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ଭଲ ସମନ୍ୱୟ ରହିବ। କୌଣସି ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ପୈତୃକ ସମ୍ପତ୍ତିରୁ ଆପଣ ଭଲ ଲାଭ ହାସଲ କରିବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବେ ।

ମକର ରାଶି

ଆପଣଙ୍କ ପାଇଁ ଦିନଟି ବିଭିନ୍ନ କ୍ଷେତ୍ରରେ ଲାଭ ଆଣିଦେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବୁଦ୍ଧି ଏବଂ ଜ୍ଞାନକୁ ବ୍ୟବହାର କରି ଆର୍ଥିକ ଲାଭ ହାସଲ କରିବାରେ ସକ୍ଷମ ହେବେ । କଳା ସହିତ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ । ଆପଣଙ୍କ ମନରେ ଆତ୍ମବିଶ୍ୱାସ ଅଧିକ ରହିବ। ଚାକିରି ଖୋଜୁଥିଲେ ଶୁଭ ଖବର ମିଳିପାରେ। ସରକାରୀ କାମରେ ହଠାତ୍ ଲାଭ ପାଇବେ। ଆପଣଙ୍କର ଦକ୍ଷତାକୁ ପ୍ରଶଂସା କରାଯିବ। ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ସମ୍ପତ୍ତି ସହିତ ଜଡିତ ନିବେଶ କରୁଥିଲେ ଲାଭଦାୟକ ଫଳାଫଳ ମିଳିବ । ବୈବାହିକ ଜୀବନରେ ଖୁସି ପାଇବେ । ପିଲାମାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ଥିଲେ ତାହାର ସମାଧାନର ସୁତ୍ର ପାଇବେ ।