fbpx
BSKY
BJD MC SKY
BJD MS SKY

ଗିରଫ ହେଲେ ମାଲୟାଲମ୍ ଅଭିନେତା, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଜଣେ ମାଲୟାଲମ୍ ଅଭିନେତା ଗିରଫ ହୋଇଛନ୍ତି । ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କୁ ଗିରଫ କରାଯିବା ପରେ ଦକ୍ଷିଣ ଏର୍ଣ୍ଣାକୁଲମ୍ ପୋଲିସ ଷ୍ଟେସନରେ ହାଜର କରାଯାଇଥିଲା । ଗତ ୨୨ ତାରିଖରେ କେରଳ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଫିଲ୍ମରେ ରୋଲ ଦେବାର ଆଳ ଦେଖାଇ ବିଜୟ ଯୌନ ନିର୍ଯାତନା ଦେଇଥିବା ଜଣେ ଅଭିନେତ୍ରୀ ଅଭିଯୋଗ କରିଥିଲେ ।

ତେବେ ବିଜୟଙ୍କୁ ହାଇକୋର୍ଟଙ୍କ ଜାମିନ ପ୍ରଦାନ କରିବା ସହ ପାସପୋର୍ଟ ସବମିଟ୍ କରିବାକୁ କହିଛନ୍ତି । ଏଥିସହିତ ସେ ରାଜ୍ୟ ଛାଡ଼ି ବାହାରକୁ ନ ଯିବା ପାଇଁ କୋର୍ଟ କହିଛନ୍ତି । ତେବେ ଏହି ମାମଲାରେ ତଦନ୍ତକାରୀ ଟିମ୍ ବିଜୟଙ୍କୁ ଆଜିଠାରୁ ପଚରାଉଚରା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ତେବେ ବିଜୟଙ୍କ ଉପରେ ଅଭିଯୋଗ ଆସିବା ପରେ ମାଲୟାଲମ ଫିଲ୍ମ କଳାକାର ସଂଘ ପକ୍ଷରୁ ତାଙ୍କୁ ସମର୍ଥନ କରାଯାଇଛି । ଗତ ଏପ୍ରିଲ ମାସ ଶେଷରେ ବିଜୟ ଦୁବାଇ ଯାଇଥିଲେ । ସେହି ସମୟରେ ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିଥିଲେ । ଏହାପରେ ଅଭିନେତାଙ୍କ ନାମରେ କୋଚି ପୋଲିସ ଏଫଆଇଆର ଦାୟର କରିଥିଲା । ଗତ ଜୁନ ପହିଲାରେ ବିଜୟ କୋଚିରେ ପହଞ୍ଚିଥିଲେ ।

Get real time updates directly on you device, subscribe now.