fbpx

ପ୍ରେମ ବଞ୍ଚିଛି ମିଳିଲା ବଡ଼ ପ୍ରମାଣ! ବୟଫ୍ରେଣ୍ଡଙ୍କ ପାଇଁ ୨୫୦୦ କୋଟିର ସମ୍ପତ୍ତିକୁ ଏଡ଼ାଇଦେଲେ ଯୁବତୀ

ନୂଆଦିଲ୍ଲୀ: ପ୍ରେମକୁ ନେଇ ଆଜିକାଲିର ସମୟରେ ଅନେକ ଭଲ ଓ ଖରାପ ଘଟଣା ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ଜୀବନ ନେଉଛି ତ ଆଉ କିଏ ଜୀବନ ଦେଉଛି । କିଏ ପ୍ରେମ ପାଇଁ ପାଗଳ ହୋଇ ଯାଉଛି ତ ଆଉ କିଏ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛି । ଅନେକ କ୍ଷେତ୍ରରେ ୨-୩ଟି ସନ୍ତାନଙ୍କ ପିତାମାତା ହେବା ପରେ ମଧ୍ୟ ଅନେକ ପୁରୁଷ / ମହିଳା ଅନ୍ୟ କାହା ସହ ଫେରାର ହୋଇଯାଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଏକ ବିରଳ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରକୃତ ଭଲ ପାଇବା ଆଗରେ ଆଜି କୋଟି କୋଟି ଟଙ୍କା ସତେ ଯେମିତି ହାର ମାନିଯାଇଛି । ମାଲେସିଆରୁ ଆସିଛି ଏପରି ଏକ ଘଟଣା । ଜଣେ ଯୁବତୀ ତାଙ୍କର ବୟଫ୍ରେଣ୍ଡଙ୍କୁ ପାଇବା ପାଇଁ ୨୫୦୦ କୋଟିର ସମ୍ପତ୍ତିକୁ ବି ଏଡ଼ାଇ ଦେଇଥିଲେ । ଆଜି ସମୟରେ କିଛି ପ୍ରେମଯୁଗଳ ମାତ୍ର କିଛିଟା ଟଙ୍କା ପାଇଁ ଅନ୍ୟକୁ ହତ୍ୟା କରିବାକୁ ପଛାଉନଥିବା ବେଳେ ଏ କ୍ଷେତ୍ରରେ ମାଲେସିଆ ଯୁବତୀ ଜଣଙ୍କର ଏକ ନୂଆ ବାର୍ତ୍ତା ଦେଇଛନ୍ତି ।

ଯୁବତୀଙ୍କ ନାମ ଆଞ୍ଜେଲାଇନ ଫ୍ରାନ୍ସିସ ଓ ତାଙ୍କର ପ୍ରେମିକଙ୍କ ନାମ ଜେଦିହା ଫ୍ରାନ୍ସିସ । ୨୦୦୮ ମସିହାରେ ଅକ୍ସଫୋର୍ଡ ୟୁନିଭରସିଟିରେ ପଢ଼ୁଥିବା ସମୟରେ ଦୁହେଁ ପରସ୍ପରଙ୍କୁ ଭଲ ପାଇ ବସିଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆଞ୍ଜେଲାଇନଙ୍କ ପିତା ଜଣେ ବଡ଼ ବିଜିନେସମ୍ୟାନ ହୋଇଥିବା ବେଳେ ମା’ ଜଣେ ସୁନ୍ଦରୀ ପ୍ରତିଯୋଗିତାର ବିଜେତା ଥିଲେ । ଆଞ୍ଜେଲାଇନଙ୍କ ପିତା ମାଲେସିଆର ୪୪ତମ ଧନୀ ବ୍ୟକ୍ତି ହୋଇଥିବା ବେଳେ ସେ ଏହି ବିବାହକୁ ବିରୋଧ କରୁଥିଲେ । ମାତ୍ର ଆଲେଞ୍ଜଲାଇନ ପ୍ରେମିକ ଜେଦିହାଙ୍କୁ ବିବାହ କରିବା ପାଇଁ ୨୫୦୦ କୋଟିର ସମ୍ପତ୍ତିକୁ ଏଡ଼ାଇବାକୁ ପଛାଇ ନଥିଲେ । ଦୁଇ ପରିବାର ମଧ୍ୟରେ ଆର୍ଥିକ ସ୍ତରର ତାରତମ୍ୟ ଅଧିକ ରହିଥିବାରୁ ଆଞ୍ଜେଲାଇନର ପିତା ବିବାହରେ ରାଜି ହୋଇନଥିଲେ ଓ ଏକ ସର୍ତ୍ତ ରଖିଥିଲେ । ଉତ୍ତରାଧିକାରୀ ସୂତ୍ରରୁ ପ୍ରାପ୍ତ ସମ୍ପତ୍ତି ଓ ପୁରୁଷବନ୍ଧୁ ଏହି ଦୁଇଟି ଜିନିଷ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପିତା କହିଥିଲେ । ଶେଷରେ ଆଲେଞ୍ଜିନା ଖୁସି ଖୁସିରେ ପ୍ରେମିକଙ୍କୁ ବାଛିଥିଲେ ଓ ବିବାହ କରିଥିଲେ ।

Get real time updates directly on you device, subscribe now.