fbpx

FIH Hockey Olympic Qualifier: ଆମେରିକା ଠାରୁ ହାରିବା ପରେ ଆଜି ନ୍ୟୁଜିଲାଣ୍ଡକୁ ସାମ୍ନା କରୁଛି ଭାରତ

ରାଞ୍ଚି: FIH ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ୨୦୨୪କୁ ନେଇ ସମସ୍ତ କ୍ରୀଡ଼ାପ୍ରେମୀ ଉତ୍ସାହିତ ରହିଛନ୍ତି। ଏହି FIH ହକି ଅଲିମ୍ପିକ୍ କ୍ୱାଲିଫାୟର୍ସର ଜାପାନ ବନାମ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଦିନର ଦ୍ୱିତୀୟ ମ୍ୟାଚ୍ ୧/୧ ଡ୍ରରେ ଶେଷ ହୋଇଛି। ଏଥିରେ ଜାପାନର ହାସେଗା ମିୟୁ ଏବଂ ଜର୍ମାନୀର ଲିସା ନୋଲଟେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ।

ଅନ୍ୟପଟେ ଟୋକିଓରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତର ମହିଳା ହକି ଦଳ ଏହି ଉଦଘାଟନୀ ମ୍ୟାଚରେ ଆମେରିକା ବିପକ୍ଷରେ ୧-୦ ଗୋଲରେ ପରାସ୍ତ ହୋଇଛି। ଏହା ସହ ଆଜି ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଛି ଭାରତ। ଏଥିରେ ଟିମ୍ ଇଣ୍ଡିଆ ଭଲ ପଦର୍ଶନ କରୁଥିବା ଦେଖିବାକୁ ମିଳୁଛି।

India vs New Zealand Live Score, FIH Hockey Olympic Qualifier: IND lead 3-1 in Q3, goals from Sangeeta, Udita and Beauty | Hockey News - The Indian ExpressHockey, Olympic Qualifiers, India vs New Zealand live: Score updates, reactions, stats and more

ସୂଚନା ଥାଉକି, ଝାଡ଼ଖଣ୍ଡରେ ଏହି ବିଶ୍ୱସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଶେଷ ହେବ। ରାଞ୍ଚିର ମାରଙ୍ଗ ଗୋମକେ ଜଇପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଭାରତ, ଚିଲି, ଚେକ୍ ରିପବ୍ଲିକ, ଜର୍ମାନୀ, ଇଟାଲି, ଜାପାନ, ନ୍ୟୁଜିଲାଣ୍ଡ ଓ ଆମେରିକା ଭଳି ଶକ୍ତିଶାଳୀ ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ସମସ୍ତ ଦଳ ମଧ୍ୟରେ ପ୍ରତ୍ୟେକ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି।

 

Get real time updates directly on you device, subscribe now.