fbpx

ଜାନୁଆରୀ ୧୫ରେ ଦେଶବାସୀଙ୍କୁ ମିଳିବ ବଡ଼ ଉପହାର: PM-JANMAN ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ମୋଦୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଜାନୁଆରୀ ମାସ ୧୫ ତାରିଖରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ୧ ଲକ୍ଷ ଲାଭାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କିସ୍ତି ଜାରି କରିବେ । ଗତବର୍ଷ ମୋଦୀ ସରକାର ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ-ଜନମନ) ଯୋଜନାର ଶୁଭାରମ୍ଭ କରିଥିଲେ ।

ତେବେ ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଗ୍ରାମୀଣ (ପିଏମଏୱାଇ-ଜୀ) ଅଧିନରେ ଆସୁଥିବେ ସେମାନେ ଏହାର ଫାଇଦା ଉଠାଇ ପାରିବେ । ପିଏମ-ଜନମନ ଯୋଜନା ଅଧିନରେ ୪.୯୦ ଲକ୍ଷ ଲୋକଙ୍କୁ ପକ୍କାଘର ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ପ୍ରତି ଘର ପାଇଁ ୨.୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ହିତାଧିକାରୀଙ୍କୁ ସରକାର ସବସିଡି ପ୍ରଦାନ କରିଥାନ୍ତି । ଅର୍ଥାତ ଲାଭାର୍ଥୀଙ୍କୁ ସବସିଡିର ଫାଇଦା ମଧ୍ୟ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଭାର୍ଥୀଙ୍କୁ କିସ୍ତି ଜାରି କରିବେ ବୋଲି ଏକ ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ମୋଦୀ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିବେ । ସାରା ଦେଶର ୨୦୦ ଜିଲ୍ଲାର ୨୨ ହଜାର ବିଶେଷ ଦୁର୍ବଳ ଜନଜାତି ଗ୍ରୁପ (ପିଭିଟିଜି), ବହୁସଂଖ୍ୟକ ଜନଜାତି ବସ୍ତି ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ । ସେଥିପାଇଁ ୨୦୨୩-୨୪ରୁ ୨୦୨୫-୨୫ ପର୍ଯ୍ୟନ୍ତ ୨୪,୧୦୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୧୫,୩୩୬ କୋଟି ଓ ରାଜ୍ୟ ସରକାର ୮,୭୬୮ କୋଟି ଭରଣା କରିବେ ।

Get real time updates directly on you device, subscribe now.