fbpx
BJD SKY
BJD SKY

T-20 ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ଯଶସ୍ୱୀ ଓ ଶିବମଙ୍କ ଦମଦାର ବ୍ୟାଟିଂ

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ସହିତ ୧-୦ରେ ଆଗରେ ଥିଲା । ଆଜିର ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ କବଜା କରିନେଇଛି । ଯଶସ୍ୱୀ ଜୟସ୍ୱାଲ (୬୮) ଓ ଶିବମ୍ ଦୁବେ (୬୩)ଙ୍କ ବ୍ୟାଟିଂ ବଳରେ ଭାରତ ଆଜିର ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲା ।

ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ସହିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ମାତ୍ର ୨୦ ରନରେ ଆଫଗାନିସ୍ତାନ ଦଳ ପ୍ରଥମ ଝଟକା ଖାଇଥିଲା । ଦଳ ପକ୍ଷରୁ ୱିକେଟ ରକ୍ଷକ ଗୁଲବଦିନ ନେବ ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତୀୟ ବୋଲରଙ୍କ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବି ବିଷ୍ଣୋଈ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

୧୭୩ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିବା ବେଳେ ଦଳର ଅଧିନାୟକ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୂନରେ ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ସମୟରେ ଯଶସ୍ୱୀ ଓ ଶିବମ୍ ନୁହେଁ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ । ଆଜିର ମ୍ୟାଚରେ ବିରାଟ କୋହଲି ୨୯ ରନ୍ ସଂଗ୍ରହ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ କରିମ ଜନତ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଫଜଲହକ ଫାରୁକି ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ମାତ୍ର ୪ଟି ୱିକେଟ ହରାଇ ୧୫.୪ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଆସନ୍ତା ୧୭ ତାରିଖରେ ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ତୃତୀୟ ଟି-୨୦ ଖେଳାଯିବ ।

Get real time updates directly on you device, subscribe now.