fbpx
BSKY SKY
BSKY SKY

ଅନ୍ତିମ ସଂସ୍କାର ସମୟରେ କାହଁକି ଧଳା ପୋଷାକ ପିନ୍ଧାଯାଏ? ଜାଣିଛନ୍ତି କି, ଏହା ପଛର ରହସ୍ୟ

BSKY

ଓଡିଶା ଭାସ୍କର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି। ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରଥା, ପରମ୍ପରା ଓ ରୀତିନୀତିକୁ ସମସ୍ତେ ଅନୁସରଣ କରିଥାନ୍ତି। ତେବେ ଏହି ପରମ୍ପରା ମଧ୍ୟରୁ୧୬ ସଂସ୍କାର ହେଉଛି ଅନ୍ୟତମ । ଯାହାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି । ତେବେ ଏହି ୧୬ ସଂସ୍କାର ଭିତରେ ମଣିଷ ଅନ୍ତିମ ସଂସ୍କାର ମଧ୍ୟ ରହିଛି। ଯାହାକି ଅନ୍ୟ ସଂସ୍କାର ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଏହି ଅନ୍ତିମ ସଂସ୍କାର ସମୟରେ ସମସ୍ତେ ଧଳା ପୋଷାକ ପରିଧାନ କରନ୍ତି। ହେଲେ କାହିଁକି? କଣ ଆପଣଙ୍କ ମନରେ ଏଭଳି ପ୍ରଶ୍ନ କେବେ ଆଗରୁ ଆସିଛି। ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ବିଷୟରେ।

ଶାସ୍ତ୍ର ଅନୁଯାୟୀ, ଏହି ଅନ୍ତିମ ସଂସ୍କାର ବିଷୟରେ ହିନ୍ଦୁ ଧର୍ମରେ ଅନେକ କିଛି କଥା ଉଲ୍ଲେଖ କରାଯାଇଛି । ଖାସ କରି ଅନ୍ତିମ ସଂସ୍କାର ସମୟରେ କାହିଁକି ଧଳା ପୋଷାକ ପରିଧାନ କରାଯାଏ ଏବଂ ଶବଦାହରୁ ଆସିବା ପରେ କଣ କରିବା ଅନୁଚିତ ଏହିସବୁ ବିଷୟରେ ଅନେକ କିଛି କୁହାଯାଇଛି। ତେବେ ଶାସ୍ତ୍ର ମତରେ ଧଳା ରଙ୍ଗକୁ ସାତ୍ଵିକ ରଙ୍ଗ ଭାବରେ ବର୍ଣ୍ଣନା କରାଯାଇଛି । ଏଥିସହିତ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ମଧ୍ୟ କୁହାଯାଏ। ବିଶ୍ୱାସ ଅନୁଯାୟୀ, ଶ୍ମଶାନରେ ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ଵାରା ଆପଣ ନକାରାତ୍ମକ ଶକ୍ତିର ସଂସ୍ପର୍ଶରେ ଆସିବେ ନାହିଁ । ଏତତ୍ ବ୍ୟତୀତ ସଂସ୍କାର କାର୍ୟ୍ୟ ମଧ୍ୟ ସୁରୁଖୁରୁରେ ହୋଇଥାଏ। ଯାହାଫଳରେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି କୁହାଯାଏ ।

Get real time updates directly on you device, subscribe now.