fbpx

ପୁରୁଷ ବନ୍ଧ୍ୟା ଦୋଷ: କାରଣ ଓ ନିରାକରଣ, ଏମିତି କରାନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ମହିଳା ମାନଙ୍କୁ ବନ୍ଧ୍ୟାଦୋଷ ଥାଏ ବା ଯାହାର ପିଲାଛୁଆ ହୋଇନଥାଏ ସେ କ୍ଷେତ୍ରରେ ପୁରୁଷକୁ କିଛି କୁହାଯାଏ ନାହିଁ ମହିଳାଙ୍କୁ ବାଞ୍ଝ ବୋଲି କୁହାଯାଏ ।ଏବଂ ମହିଳାଟି ବହୁ ସାମାଜିକ ସମସ୍ୟାରେ ସମୁଖିନ ହୁଏ ।ଯଦିବା କିଛି କ୍ଷେତ୍ରରେ ମହିଳାମାନଙ୍କର ବନ୍ଧ୍ୟାଦୋଷ ଥାଏ ତା ସହିତ କିଛି କ୍ଷେତ୍ରରେ ପୁରୁଷମାନଙ୍କର ମଧ୍ୟ ବନ୍ଧ୍ୟାଦୋଷ ଥାଏ ।(୩୩ ପ୍ରତିଶତ ପୁରୁଷ ବନ୍ଧ୍ୟାଦୋଷରେ ଶୀକାର ହୋଇଥାନ୍ତି)ଯେହେତୁ ମହିଳାଟି ପିଲା ଜନ୍ମ କରେ ସେଥିପାଇଁ ସବୁଦୋଷ ମହିଳାଙ୍କ ଉପରେ ଲଦି ଦିଆଯାଏ । କିଛି ଅସାମାଜିକ ମାନେ କୁହନ୍ତି ବାଞ୍ଝର ମୁହଁ ଚାହିଁଲେ ଅମଙ୍ଗଳ କିଛି ସ୍ଥାନରେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଏ କିଛି ଯାଗାରେ ମହିଳାକୁ ଛାଡପତ୍ର ଦିଆଯାଏ ।ମାତ୍ର ବିଡମ୍ବନାର ବିଷୟ ପୁରୁଷ ବନ୍ଧ୍ୟାଦୋଷ ଲୋକଲୋଚନକୁ ଆସେ ନାହିଁ ।

ପୁରୁଷ ବନ୍ଧ୍ୟାଦୋଷ:

ପୁରୁଷ ବନ୍ଧ୍ୟାଦୋଷର ମୁଖ୍ୟକାରଣ ହେଉଛି ପୁରିଷଠାରେ ଉପଯୁକ୍ତ ପରିମାଣର ଶୁକ୍ରାଣୁ ଅଭାବ ଥାଏ ।ଶାରୀରିକ କାରଣରୁ ପ୍ରଧାନତଃ ପୁରୁଷ ବନ୍ଧ୍ୟାଦୋଷ ହୋଇଥାଏ ।ଶୁକ୍ରାଣୁ ପୁରୁଷର ଶୁକ୍ରାଶୟ ରୁ ସୃଷ୍ଟି ହୋଇଥାଏ ।ସନ୍ତାନ ଧାରଣ ପାଇଁ ପୁରୁଷର ବୀର୍ଯ୍ୟରେ ଶୁକ୍ରାଣୁର ମାତ୍ରା ଅତିକମ୍ ରେ ୪୦ନିୟୁତ ହେବା ଦରକାର ଓ ଏହାର ୮୦ ପ୍ରତିଶତ ଚଳନକ୍ଷମ ହେବା ଆବଶ୍ୟକ ।ମୃତ ବା ସ୍ବଳ୍ପ ଚଳନକ୍ଷମ ଶୁକ୍ରାଣୁ ଗର୍ଭଧାରଣ ପାଇଁ ସକ୍ଷମ ହୋଇନଥାଏ ।ପରିବେଶର ତାପମାତ୍ରାରେ ତାରତମ୍ୟ ଘଟିଲେ ଅଣ୍ଡକୋଷ ସାମୟିକ ଭାବେ କାର୍ଯ୍ୟକାରିତା ଶକ୍ତି ହରେଇଥାଏ ।ଫଳରେ ନିମ୍ନମାନର ଶୁକ୍ରାଣୁ ଜାତ ହୋଇଥାଏ ।ଯେଉଁମାନେ ଉଚ୍ଚସ୍ଥାନରେ ,ଖଣିରେ ଓ ଅଗ୍ନିପାଖରେ କାର୍ଯ୍ୟ କରନ୍ତି ସେମାନଙ୍କୁ ପ୍ରାୟ ବନ୍ଧ୍ୟାଦୋଷର ଶୀକାର ହେବାକୁ ପଡିଥାଏ ।ଅତ୍ୟଧିକ ନିଶା ସେବନ ଏବଂ ଜୌନ ସଂକ୍ରମଣ ପିଡିତ ହୋଇଥିଲେ ଶୁକ୍ରାଣୁର ମାନ ହ୍ରାସ ହୁଏ ।

ଚିକିତ୍ସା : ଏହାର ଟ୍ରିଟମେଣ୍ଟ ମଧ୍ୟ ରହିଛି । ସେଗୁଡିକ ମଧ୍ୟରୁ ସ୍ପର୍ମ ୱାଶ ( IUI -Intra Uterine insemination )ହେଉଛି ପ୍ରଧାନ । ଏହି ପ୍ରଣାଳିରେ ଧାତୁକୁ ବିଭିନ୍ନ ପ୍ରକାରର ରସାୟନ ଯୁକ୍ତ ଜଳରେ ଭଲଭାବେ ଦୋଇଦିଆଯାଏ । ଏହାଫଳରେ ଶୁକ୍ରାଣୁ ମାନେ କ୍ରିୟାଶୀଳ ହୋଇଯାନ୍ତି । ଏହି ଶୁକ୍ରାଣୁକୁ ସିଧାସଳଖ ଗର୍ଭ ବା ଡିମ୍ବବାହୀ ନଳୀରେ ଛାଡିଦିଆଯାଏ । ଭିଟାମିନ ଓ ହରମୋନ ପଦ୍ଧତି ଦ୍ବାରା ମଧ୍ୟ ଶୁକ୍ରାଣୁର ବୃଦ୍ଧି କରାଯାଏ ।

Get real time updates directly on you device, subscribe now.