fbpx

ଏହି ମହିଳା ଫୁଟବଲ ଖେଳାଳିଙ୍କୁ ‘ପୁରୁଷ’ କହିଲେ ବିରୋଧୀ, ଲିଙ୍ଗ ଯାଞ୍ଚ କରିବାକୁ ଦାବି

ନୂଆଦିଲ୍ଲୀ: ଇରାନର ଜାତୀୟ ମହିଳା ଫୁଟବଲ ଟିମର ଜଣେ ଖେଳାଳିକୁ ନେଇ ଲୋକମାନେ ବି ଚିନ୍ତାରେ ପଡିଛନ୍ତି । କେତେକ ଏହି ଖେଳାଳିଙ୍କୁ ମହିଳା କହୁଛନ୍ତି ତ ଆଉ କେତେକ ତାଙ୍କୁ ପୁରୁଷ ବୋଲି କହିଛନ୍ତି । ଏହି ଖେଳାଳି ମ୍ୟାଚ ସମୟରେ ଗୋଲକିପର ଭାବେ ଖେଳିଥିଲେ । ଇରାନ ଉପରେ ତାର ପ୍ରତିଦ୍ୱନ୍ଦ୍ୱୀ ଜୋର୍ଡନ ଅଭିଯୋଗ କରିଛି ଯେ, ‘ଏହି ଗୋଲକିପର ଜଣେ ପୁରୁଷ ।’

ଜୋର୍ଡନ ଫୁଟବଲ ଆସୋସିଏସନର ସଭାପତି ପ୍ରିନ୍ସ ଅଲି ବିନ ଅଲ-ହୁସେନ ମହିଳା ଦଳରେ ସାମିଲ ପୁରୁଷ ଖେଳାଳିଙ୍କ ଉପରେ ‘ଲିଙ୍ଗ ଯାଞ୍ଚ’ କରିବାକୁ ଦାବି କରିଛନ୍ତି ।

ତେବେ ଇରାନର ଟିମର ଗୋଲକିପର ହୋଇଥିବା ୩୨ ବର୍ଷୀୟା ଜୋହରେହ କୌଡେଇ ସେପ୍ଟେମ୍ବର ୨୫ରେ ଜୋର୍ଡନ ବିରୋଧରେ ହୋଇଥିବା ଫୁଟବଲ ମ୍ୟାଚରେ ୨ଟି ପେନାଲ୍ଟି ବଞ୍ଚାଇଥିଲେ । ଇରାନ୍ ମହିଳା ଟିମ୍ ଜୋର୍ଡନକୁ ୪-୨ରେ ହରାଇ ଏସିଆ କମ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ମ୍ୟାଚ୍ ପରେ ଜୋର୍ଡନ ଜୋହରେହଙ୍କୁ ‘ପୁରୁଷ’ ବୋଲି କହି ତଦନ୍ତ ପାଇଁ ଦାବି କରିଛନ୍ତି ।

ଜୋର୍ଡନ ଫୁଟବଲ ଆସୋସିଏସନ ଗୋଲକିପର ଜୋହରେହଙ୍କ ଲିଙ୍ଗ ଉପରେ ପ୍ରଶ୍ନ ଉଠାଇ ଏସୀୟ ଫୁଟବଲ ଫେଡେରେଶନ (ଏଏଫସି) ରେ ଅଭିଯୋଗ କରିଛି । ଜୋହରେହଙ୍କ ‘ଲିଙ୍ଗ ଯାଞ୍ଚ’ ପାଇଁ ଅନୁରୋଧ କରି ଜୋର୍ଡନ ଏକ ଟ୍ୱିଟ୍ କରିଛି । ଅବଶ୍ୟ ଦାବି ପରେ ଏଏଫସି କଡିଛି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ।

Get real time updates directly on you device, subscribe now.