fbpx

ମାଲକାନଗିରି ପୁଣି ୪ ଦିନିଆ ସଟଡାଉନ

ମାଲକାନଗିରି, ୨୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ କରୋନା ମୁକାବିଲା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ମାଲକାନଗିରିରେ ପୁଣି ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ରାତି ୯ଟାରୁ ୨ ତାରିଖ ରାତି ୧୨ଟା ଯାଏଁ ସଟଡାଉନ ରହିବ ବୋଲି ସୂଚନା ମିଳିଛି । ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନଏସିକୁ ସଟଡାଉନ ରଖବା ନେଇ ଘୋଷଣା କରାଯାଇଛି । ସଂକ୍ରମଣ ବୃଦ୍ଧି ରୋକିବାକୁ ସେଠାରେ ଏହିପରି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.