fbpx

ମଲ ବାଣ୍ଟୁଛି ମାଗଣା କପଡ଼ା: ଅଫର୍ କେବଳ ତିନି ମାସ ପାଇଁ, ମାନିବାକୁ ପଡ଼ିବ ସର୍ତ୍ତ ଓ ନିୟମ

ନୂଆଦିଲ୍ଲୀ: ମାଗଣା ଜିନିଷ କାହାକୁ ବା ଭଲ ଲାଗେ ନାହିଁ । ଅନେକ ଲୋକ ମାଗଣାରେ ମିଳିଲେ ବହୁତ କିଛି କରିପାରନ୍ତି । ତେବେ ଆମ ଦେଶରେ ଏପରି ଏକ ମଲ ରହିଛି, ଯେଉଁଠି ମାଗଣାରେ କପଡ଼ା ମିଳୁଛି । ଏହି ମଲ କେବଳ ତିନିମାସ ପାଇଁ ଖୋଲୁଥିବା ବେଳେ ଏଥିପାଇଁ ଅନେକ ସର୍ତ୍ତ ଓ ନିୟମ ମାଗିବାକୁ ପଡ଼ିବ । ଆଜିକାଲିର ସମୟରେ ଭଲ କପଡ଼ାର ଦାମ୍ ବହୁତ ଅଧିକ ରହିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଏକ ବଢ଼ିଆ ଅଫର ଅଟେ ।

ସାଧାରଣ ଭାବେ ଧନୀ ଶ୍ରେଣୀର ଲୋକମାନେ ଦାମିକା କପଡ଼ା ପିନ୍ଧୁଥିବା ବେଳେ ମଧ୍ୟବିତଙ୍କ ପାଇଁ ଏହା ବଜେଟ ବାହାରେ ହୋଇଥାଏ । ଅନ୍ୟପକ୍ଷରେ ଗରିବଙ୍କ କଥା ଛାଡ଼ନ୍ତୁ, ସେମାନେ ଚିରାଫଟାରେ କାମ ଚଳେଇ ନିଅନ୍ତି । ତେବେ ଏଭଳି ସ୍ଥିତିର ଗରିବଙ୍କ ପାଇଁ ଏହି ମଲ କିଛି ବରଦାନଠୁ କମ୍ ନୁହେଁ । ଏଭଳି ଏକ ମଲ ରହିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ । ଏହି ମଲର ନାମ ହେଉଛି ଅନୋଖା ମଲ ।

ନିଜର କପଡ଼ା ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋକମାନେ ବିନା ସଙ୍କୋଚରେ ସେଠାକୁ ଯାଇ ପାରିବେ ଓ କପଡ଼ା ନେଇ ପାରିବେ । ସେଥିପାଇଁ ଆପଣଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ଶୁଭଚିନ୍ତକଙ୍କ ଦ୍ୱାରା ଦାନ କରାଯାଇଥିବା କପଡ଼ା ରିକ୍ସା ଚାଳକ, ଶ୍ରମିକ, ବସ୍ତିରେ ରହୁଥିବା ଗରିବଙ୍କୁ ମାଗଣାରେ ଦିଆଯାଇଥାଏ । ଏହି ମଲ ଡିସେମ୍ବର, ଜାନୁଆରୀ ଓ ଫେବୃଆରୀରେ କେବଳ ଖୋଲିଥାଏ । ଦାତାଙ୍କ ଦ୍ୱାରା ଦାନ କରାଯାଇଥିବା କପଡ଼ାକୁ ଏକତ୍ର କରି ଏହି ମଲ୍ ଗରିବକୁ ମାଗଣାରେ ପ୍ରଦାନ କରିଥାଏ । ଆପଣ ଅନ୍ୟ ମଲକୁ କିଣାକିଣି କରିବାକୁ ଯିବା ଭଳି ଉକ୍ତ ମଲକୁ ଯିବାକୁ ପଡ଼ିବ । ସେଠାରେ ନିଜର ମାପ ନେଇ କପଡ଼ା, ଜୋତା ଆଦି ମାଗଣାରେ ନେଇ ପାରିବେ ।

Get real time updates directly on you device, subscribe now.