fbpx

ଆସିକା ଥାନାକୁ ମିଳିଲା ଶ୍ରେଷ୍ଠ ଥାନାର ପୁରସ୍କାର: ସାରା ଦେଶରେ ଚମକିଲା ଓଡ଼ିଶା, ରାଜ୍ୟ ପାଇଁ ଗର୍ବର ବିଷୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ଆସିକା । ଗଞ୍ଜାମ ଜିଲ୍ଲାର ଆସିକା ଥାନା ସାରା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି । ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଏହି ଟ୍ରଫି ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଡିଜିପି / ଆଇଜିପି ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ସୂଚନା ମୁତାବକ, ୨୦୨୨ର ବାର୍ଷିକ ରାଙ୍କିଂରେ ଆସିକା ପୋଲିସ ଷ୍ଟେସନ ଦେଶରେ ଟପ୍ ସ୍ଥାନରେ ରହିଥିଲା । ପୋଲିସ ଷ୍ଟେସନର ରାଙ୍କିଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଥାଏ । କ୍ରାଇମ୍ ରେଟ, ତଦନ୍ତ, କେସ୍ ସମାଧାନ, ଭିତ୍ତିଭୂମି, ଲୋକଙ୍କୁ ସେବା ପ୍ରଦାନ ଆଦି ୧୬୫ ପ୍ରକାର ଭିନ୍ନ ଭିନ୍ନ ପାରାମିଟରକୁ ଅନୁଧ୍ୟାନ କରିବା ପରେ ଶ୍ରେଷ୍ଠ ଥାନାକୁ ବଛା ଯାଇଥାଏ ।

୨୦୨୨ ମସିହା ଡିସେମ୍ବର ମାସ ୨୬ ତାରିଖ ସୁଦ୍ଧା ଆସିକା ପୋଲିସ ଷ୍ଟେସନ ମୋଟାମୋଟି ପ୍ରଦର୍ଶନ ଆଧାରରେ ଟପ ସ୍ଥାନରେ ରହିଥିଲା । ମୋଟ ପଏଣ୍ଟସରୁ ପାଖାପାଖି ୨୦ ପଏଣ୍ଟ ଥାନାକୁ ନେଇ ଲୋକଙ୍କ ଫିଡବ୍ୟାକ ଆଧାରରେ ସଂଗ୍ରହ କରାଯାଇଥାଏ । ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ପକ୍ଷରୁ ବିକଶିତ କରାଯାଇଥିବା ପ୍ରଗତି ଡ୍ୟାଶବୋର୍ଡ ପକ୍ଷରୁ ଆସିକା ଥାନାକୁ ୯୪.୫୪ ପ୍ରତିଶତ ପଏଣ୍ଟ ପ୍ରଦାନ କରାଯାଇଥିଲା । ସେଥିପାଇଁ ଲୋକଙ୍କ ଅଭିଯୋଗ, ପେଣ୍ଡିଂ କେସ, କେସର ସମାଧାନ, ଚାର୍ଜଶିଟର ଫାଇଲିଂ ହାର ପରି ବିଭିନ୍ନ ଦିଗକୁ ସମୀକ୍ଷା କରାଯାଇଥିଲା । ତେବେ ଏହି ଗୌରବମୟ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଆସିକା ଥାନାକୁ ଶୁଭେଚ୍ଛା ଜଣାଇବା ସହିତ ଗଞ୍ଜାମ ଜିଲ୍ଲାର ଆସିକା ମଡେଲକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.