fbpx
BJD SKY
BJD SKY

‘କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ କରାଗଲା ଫ୍ରିଜ’, ସରକାରଙ୍କ ଉପରେ ଅଭିଯୋଗ ଲଗାଇଲେ ମଲ୍ଲିକାର୍ଜୁନ ଖଡ଼ଗେ

BJD

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ପାର୍ଟୀର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ତେବେ ଗୁରୁବାର ଦିନ କଂଗ୍ରେସ ମୁଖ୍ୟାଳୟରେ ପ୍ରେସ କନଫରେନ୍ସ କରି ମଲ୍ଲିକାଜୁଁନ ଖଡ଼ଗେ କହିଛନ୍ତି ଯେ, ଆମକୁ ଗଣତନ୍ତ୍ର ବଞ୍ଚାଇବାକୁ ପଡିବ ଏବଂ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ । ସେ ଅଭିଯୋଗ କରିଛନ୍ତି ଯେ, ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି ।

ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି । ଭାରତ ନିଜ ଗଣତାନ୍ତ୍ରିକ ମୂଲ୍ୟ ପାଇଁ ପରିଚିତ । ପ୍ରତ୍ୟେକ ନାଗରିକ ଭୋଟ ଦେବା ଲାଗି ଉତ୍ସାହିତ ଥାଆନ୍ତି । ଏପର୍ଯ୍ୟନ୍ତ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟେକ ରାଜନୈତିକ ଦଳ ସମାନ ସୁଯୋଗ ପାଇବା ଉଚିତ୍। ସେ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେପି ସରକାର ସମ୍ବଳ, ଗଣମାଧ୍ୟମ, ସାମ୍ବିଧାନିକ ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ କବଜା କରିଛି। ଏଥିରେ ସମସ୍ତ ଦଳ ସମାନ ସୁଯୋଗ ପାଇନାହାଁନ୍ତି।

Get real time updates directly on you device, subscribe now.