fbpx
BJD
BJD SKY
BJD SKY

କୁମ୍ଭୀର କାନ୍ଦଣା କରନ୍ତୁ ନାହିଁ, ଯଦି ମୁହଁ ଖୋଲିଦେଲି…..କଳ୍ପନା ସୋରେନଙ୍କୁ ପାଲଟା ଜବାବ ଦେଲେ ସୀତା ସୋରେନ

ରାଞ୍ଚି: ନିକଟରେ ବିଜେପିରେ ସାମିଲ ହୋଇଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM)ର ପୂର୍ବତନ ବିଧାୟିକା ସୀତା ସୋରେନ । ଏହାକୁ ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ସୀତା ସୋରେନଙ୍କ ଉପରେ ବର୍ଷି ଥିଲେ । ଏହା ପରେ ସୀତା ସୋରେନ ସୋସିଆଲ ମିଡ଼ିଆ ମାଧ୍ୟମରେ ସୋରେନ ପରିବାରକୁ ଟାର୍ଗେଟ କରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

ସୂଚନାରୁ ପ୍ରକାଶ ମଙ୍ଗଳବାର JMM ତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ସେ କହିଥିଲେ ଯେ ରାଜ୍ୟର ଶାସକ ଦଳରେ ତାଙ୍କୁ ଅବହେଳିତ ଏବଂ ଏକଘରିକିଆ କରାଯାଇଥିଲା । ତାଙ୍କର ଏଭଳି ମନ୍ତବ୍ୟ ପରେ କଳ୍ପନା ତାଙ୍କ ଉପରେ ବର୍ଷି ଥିଲେ । ଏହାର ପାଲଟା ଜବାବରେ ସୀତା ସୋରେନ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଥଲେ, ‘ମୋ ସ୍ୱାମୀ ସ୍ୱର୍ଗୀୟ ଦୁର୍ଗା ସୋରେନଙ୍କ ଦେହାନ୍ତ ପରେ ମୋର ଏବଂ ପିଲାମାନଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ହୋଇଛି ତାହା କୌଣସି ଭୟଙ୍କର ସ୍ୱପ୍ନ ଠାରୁ କମ୍ ନୁହେଁ । ମେତେ ଆଉ ମୋ ଝିଅମାନଙ୍କୁ କେବଳ ଉପେକ୍ଷିତ କରାଯାଇ ନାହିଁ ବରଂ ସାମାଜିକ ଏବଂ ରାଜନୌତିକ ଭାବେ ଭିନ୍ନ କରିଦିଆଯାଇଥିଲା ।’ ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱର୍ଗୀୟ ଦୁର୍ଗା ସୋରେନଙ୍କ ନାଁ ନେଇ କୁମ୍ଭୀର କାନ୍ଦଣା କରୁଥିବା ଲୋକମାନେ ମୋ ମୁହଁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ମୁଁ ଏବଂ ମୋ ପିଲାମାନେ ମୁହଁ ଖୋଲିଲେ ଭୟଙ୍କର ସତ୍ୟ ପ୍ରକାଶିତ ହେବ । ଏହା ପରେ ଅନେକ ଲୋକଙ୍କ ରାଜନୈତିକ ଏବଂ ଗାଦି ସୁଖର ସ୍ୱପ୍ନ ଚୁରମାର ହୋଇଯିବ । ଝାଡ଼ଖଣ୍ଡବାସୀମାନେ ଏପରି ଲୋକଙ୍କ ଉପରେ ଛେପ ପକାଇବେ ଯେଉଁମାନେ ସ୍ୱର୍ଗୀୟ ଦୁର୍ଗା ସୋରେନ ଏବଂ ତାଙ୍କ ଲୋକଙ୍କ ଅସ୍ତିତ୍ୱ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିଆସୁଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ JMMକୁ ମୋ ସ୍ୱାମୀ ସ୍ୱର୍ଗୀୟ ଦୁର୍ଗା ସୋରେନ୍ ତାଙ୍କ ପରିଶ୍ରମରେ ତିଆରି କରିଛନ୍ତି । ଆଜି ଏହି ଦଳ ଏହାର ମୂଲ୍ୟବୋଧ ଏବଂ କର୍ତ୍ତବ୍ୟରୁ ବିଚ୍ଛିନ୍ନ ହୋଇଯାଇଛି । ମୋ ପାଇଁ ଏହା ଏକ ଦଳ ନୁହେଁ ବରଂ ପରିବାରର ଏକ ଅଂଶ । ମୋ ନିଷ୍ପତ୍ତି କଷ୍ଟ ଦେଇଥିଲେ ବି ଏହା ଆବଶ୍ୟକ ଥିଲା । ମୋ ପାଇଁ ଆତ୍ମାର ସ୍ୱର ଶୁଣିବା ଏବଂ ନିଜ ଆଦର୍ଶ ପ୍ରତି ସଚ୍ଚୋଟ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ମୁଁ ଝାଡ଼ଖଣ୍ଡବାସୀଙ୍କୁ ନିବେଦନ କରୁଛି ଯେ ମୋ ଇସ୍ତଫାକୁ ସେମାନେ ବ୍ୟକ୍ତିଗତ ସଂଘର୍ଷ କିମ୍ବା ରାଜନୈତିକ ଚାଲ ଭାବେ ଦେଖନ୍ତୁ ନାହିଁ ।

Get real time updates directly on you device, subscribe now.