fbpx

(Video) ଓଡ଼ିଶା ଆସୁଛି ଆଳୁ, ନବୀନଙ୍କ ଚିଠି ପରେ ମାନିଗଲେ ମମତା: ଏବେ ଓଡ଼ିଶାରେ ବି କମିବ ମୂଲ୍ୟ

ଓଡ଼ିଶା ଭାସ୍କର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହାତରୁ ପଦ ଚାଲିଯାଇଛି ସତ, କିନ୍ତୁ ଏବେ ବି ସାଢେ ୪କୋଟି ଓଡ଼ିଆଙ୍କ ପାଇଁ କାନ୍ଦୁଛି ନବୀନଙ୍କ ମନ । ୨୪ ବର୍ଷ ଯେଉଁମାନଙ୍କ ସୁଖ-ଦୁଃଖରେ ସେ ଠିଆ ହୋଇଥିଲେ, ଆଜି ପୁଣିଥରେ ସେହି ଓଡ଼ିଆ ଜାତି କାନ୍ଦୁଛି ସାମାନ୍ୟ ଆଳୁ ପାଇଁ । ଆଳୁ ମୂଲ୍ୟ ବୃଦ୍ଧି ପାଇଁ ଓଡ଼ିଶାରେ ଚିନ୍ତା ବଢିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ମମତା ବାନାର୍ଜୀ ମଧ୍ୟ ତାଙ୍କ କଥା ମାନି ନେଇଛନ୍ତି । ଏବେ ଓଡ଼ିଶାରେ ପହଞ୍ଚିଛି ଆଳୁ ବୋଝେଇ ଟ୍ରକ । ଏଣିକି ଓଡ଼ିଶାବାସୀଙ୍କୁ ମଧ୍ୟ କମ୍ ମୂଲ୍ୟରେ ମିଳିବ ଆଳୁ ।

ଓଡ଼ିଶାରେ ଏବେ ଗୋଟିଏ ଚିନ୍ତା ଆଳୁ । ବଜାରକୁ ଗଲେ ଆଳୁ ବିନା ଲୋକେ ଘରକୁ ଫେରୁଛନ୍ତି । ଆଳୁ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଏବେ ବିନା ଆଳୁରେ ବଜାର ହେଉଛି । କାରଣ ଏବେ ଆଳୁଦର ୫୦ରୁ ଅଧିକ । ମନ୍ତ୍ରୀ ଆଳୁର ମୁଲ୍ୟ ୩୨ କହୁଥିବା ବେଳେ ବଜାରରେ ବିକ୍ରି ହେଉଛି ୫୦ରୁ ଅଧିକ ଟଙ୍କା । ସେଥିପାଇଁ ଆଳୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯାହାପରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ଚିଠି ଲେଖିଲା ପରେ ଓଡ଼ିଶାରେ ପହଞ୍ଚିଯାଇଛି ଆଳୁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଗାଡ଼ି ଓଡ଼ିଶାକୁ ପଠାଇଛନ୍ତି ।

ନବୀନ ଏବଂ ମମତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ପ୍ରତିଟି ସମୟରେ ଉଭୟ ଉଭୟଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥାନ୍ତି । ଯାହାର ଆଜି ଝଲକ ଦେଖିବାକୁ ମିଳିଛି । ଆଳୁ ସଂକଟ ମଦ୍ୟରେ ପଶ୍ଚିମ ବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶା ଆସିବା ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଓଡ଼ିଶାରେ ବଢ଼ି ଚାଲିଥିଲା ଆଳୁର ମୂଲ୍ୟ । ତେବେ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ । କିନ୍ତୁ ନବୀନଙ୍କ ଚିଠିକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ନବୀନଙ୍କୁ ତାଗିଦ କରିଥିଲେ । କଣ ପାଇଁ ଚିଠି ଲେଖିଲ ବୋଲି କହିଥିଲେ । ହେଲେ ଏବେ ନବୀନଙ୍କ ଚିଠି ପାଇଁ ଓଡ଼ିଶାରେ ପହଞ୍ଚିଛି ଆଳୁ । ଏବେ ଓଡ଼ିଶାରେ ଆଉ ଆଳୁ ସଂକଟ ରହିବ ନାହିଁ । ଆଜି ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ସାଢେ ୪ କୋଟି ଓଡ଼ିଆଙ୍କୁ ବି ସୁଲଭ ମୂଲ୍ୟରେ ଆଳୁ ମିଳିପାରିବ ।

Get real time updates directly on you device, subscribe now.